• search
For Quick Alerts
Turn On Notification  
For Daily Alerts

ନବମ ଶ୍ରେଣୀ ପରୀକ୍ଷା ହେବ କି ନା ନାହିଁ, ଜାଣନ୍ତୁ କଣ କହିଲେ ମନ୍ତ୍ରୀ ?

|

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ପାଇଁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରାଯାଇଛି। ପାଠ ପଢା ବି ସଂପୂର୍ଣ୍ଣ ହୋଇନାହିଁ। ପିଲାମାନେ ସିଲାବସd ଅନୁସାରେ ବହି ଶେଷ କରିନାହାଁନ୍ତି। ତେବେ ଯେତିକି ପାଠ ପଢାଯାଇଛି ସେତିକି ପାଠକୁ ନେଇ ପରୀକ୍ଷା କରାଯାଇପାରେ ବୋଲି ବିଭାଗ ଚିନ୍ତା କରୁଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ତେବେ ଏପ୍ରିଲା ୩୦ ତାରିଖ ପରେ ଯଦି ସ୍କୁଲ ଖୋଲିବା ସମ୍ଭବ ହୁଏ ତେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

9th class exam

ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢାକୁ ଏପ୍ରିଲ୍‌ ୮ ତାରିଖରୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଏହି ନିର୍ଦ୍ଦେଶନାମା ଉଦ୍ଦିଷ୍ଟ ରହିଛି। ତା'ସହିତ ହଷ୍ଟେଲ ଛାଡ଼ିବାକୁ କୁହାଯାଇଛି। ତେବେ ସ୍କୁଲ୍ କର୍ତ୍ତୃପକ୍ଷ ଚାହିଁଲେ ଅନ୍‌ଲାଇନ୍‌ରେ କ୍ଲାସ୍ କରିପାରିବେ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ ସ୍କୁଲ୍ ଓ ଗଣ ଶିକ୍ଷାମନ୍ତ୍ରୀ। ସେ କହିଥିଲେ, ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛତ୍ରୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ଏହି ଦୁଇ ଶ୍ରେଣୀର ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
School and Mass Education Minister Sameer Dash on 9th class exam
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X