• search
For Quick Alerts
Turn On Notification  
For Daily Alerts

ଧରାପଡିଲା ମସଲା କମ୍ପାନୀର ଅସଲ ଚେହେରା ! ମସଲାରେ ମିଶୁଛି ଗଧ ମଳ, ଘାସ, ନକଲି ରଙ୍ଗ ଓ ଏସିଡ୍

|

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହାଥରସ୍ ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୋସ୍ ଉଡାଇ ଦେବ । ଏଠାରେ ଏକ ନାମିଦାମୀ କମ୍ପାନୀ ଲୋଗୋ ଲାଗି ଥିବା ମସଲା କମ୍ପାନୀର ଅସଲ ଚେହେରା ସାମ୍ନାକୁ ଆସିଛି । ହାଥରସ୍ ଏହି କାରଖାନା ଉପରେ ପୁଲିସ ଯେତେବେଳେ ଚଢାଉ କଲା ଏହି କାରଖାନାର ଅସଲ ଚେହେରା ସାମ୍ନାକୁ ଆସିଲା । ପୁଲିସ ଚଢାଉ ସମୟରେ ଏହି କାରଖାନାରେ ଗୋବର ଗନ୍ଧ ଆସୁଥିଲା । ଏହି ଗୋବରକୁ ବ୍ୟବହାର କରି ଖାଇବାର ସ୍ୱାଦ ବଢାଇବା ପାଇଁ ଧନିଆ ପାଉଡର ତିଆରି କରାଯାଉଥିଲା ।

ନକଲି କାରଖାନା

ଏହି ଚଢାଉ ସମୟରେ ପୁଲିସକୁ ଗୋବର, ଶୁଖିଲା ଘାସ, ନକଲି ରଙ୍ଗ ଏବଂ ଏସିଡ୍ ମିଳିଛି । ଏହି ମସଲାକୁ ପରୀକ୍ଷା ପାଇଁ ପଠାଇଛି ପୁଲିସ । ପରୀକ୍ଷା ପରେ ଏହି କାରଖାନାର ମାଲିକ ନାଁରେ ଫୁଡ୍ ଆଣ୍ଡ୍ ସେପ୍ଟି ଷ୍ଟାଣ୍ଡାର୍ଡ ଆଇନ ଅନୁସାରେ ମାମଲା ରୁଜୁ କରିଛି ପୁଲିସ । ସେହିପରି ଏହି ନକଲି ମସଲା କାରଖାନାରୁ ପୁଲିସ 3 ଶହ କେଜି ମସଲା ଜବତ କରିଛି ।

ପୁଲିସ ଯେଉଁ ସମୟରେ ଚଢାଉ କଲା ଗୋବର, ଏସିଡ୍ ଓ ଘାସ ସହ ପାଖରେ ରଖା ହୋଇଥିବା ଲଙ୍କାଗୁଣ୍ଡ, ଗରମ ମସଲା, ଧନିଆ ପାଉଡର ଓ ହଳଦୀ ଗୁଣ୍ଡ ସହ ଅନେକ ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ରଖା ହୋଇଥିଲା ।

ଏହି କାରଖାନାକୁ ସିଲ୍ କରି ଦିଆଯାଇଛଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସବୁଠାରୁ ବଡ କଥା ହେଲା ଏହି କାରଖାନାରେ ଏକ ହଜାରରୁ ଅଧିକ ମସଲା କମ୍ପାନୀର ଖାଲି ଖୋଳ ମିଳିଛି । ଏହି ଖୋଳରେ ନକଲି ମସଲା ଭର୍ତ୍ତି କରାଯାଇ ବଜାରକୁ ଛଡାଯାଏ ।

ଆମକୁ ଫୋଲୋ କରନ୍ତୁ
Instagram Youtube

English summary
Uttarakhand Hathras Factory Fake Spices Made with Ingredients Like Dung and Hay
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X