• search
For Quick Alerts
Turn On Notification  
For Daily Alerts

ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗଞ୍ଜେଇ ବୋଝେଇ ବ୍ୟାଗ ସହିତ ଦୁଇ କିନ୍ନର ଗିରଫ

|

ଭୁବନେଶ୍ବର: କଳା କାରବାରେ କିନ୍ନର । ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଳାଣରେ ଏବେ ମାତିଛନ୍ତି କିନ୍ନର । ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗଞ୍ଜେଇ ବୋଝେଇ ବ୍ୟାଗ ସହିତ ଦୁଇଜଣ କିନ୍ନରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

Transgenders

ଅହମଦାବାଦକୁ ଗଞ୍ଜେଇ ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଆରପିଏଫ ମିଳିତ ଚଢାଉ କରିଛନ୍ତି । ପୁରୀ ଗୁଜୁରାଟ ଗାନ୍ଧିଧାମ ଏକ୍ସପ୍ରେସରେ ଅହମଦାବାଦକୁ ଗଞ୍ଜେଇ ଚାଲାଣ ବେଳେ ଭୁବନେଶ୍ବର ଷ୍ଟେସନ ରେଲୱେ ମେଲ ସର୍ଭିସ ଅଫିସ ସାମ୍ନାରୁ ଦୁଇଜଣ କିନ୍ନରଙ୍କୁ ଗିରଫ କରିଛି ଆରପିଏଫ କ୍ରାଇମବ୍ରାଞ୍ଚ । ସେମାନେ ହ୍ୟାଣ୍ଡବ୍ୟାଗ ଓ ସୁଟକେସରେ ଗଞ୍ଜେଇ ନେଉଥିବା ବେଳେ ଧରାପ଼ଡିଛନ୍ତି ।

Transgenders

ଅଭିଯୁକ୍ତ ଦୁହେଁ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଏବଂ ଅନ୍ୟଜଣେ ବସନ୍ତ ସ୍ବାଇଁ ଓରଫ ବାସନ୍ତି । ଦୁଇ ଜଣଙ୍କଠାରୁ ୧୫ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ଦେଢ ଲକ୍ଷ ଟଙ୍କା ହେବ। ତେବେ ସେମାନେ ଗତକାଲି ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ବର ଆସିଥିଲେ । ପରେ ଗାନ୍ଧୀଧାମ ଏକ୍ସପ୍ରେସରେ ସୋମବାର ରାତି ୯ଟାରେ ଭୁବନେଶ୍ବର ଷ୍ଟେସନରୁ ଅହମଦାବାଦ ଅଭିମୁଖେ ଯାଇଥାନ୍ତେ । ହେଲେ ସୂଚନା ପାଇ ଗତ କାଲି ୮ଟା ସମୟରେ ଗଞ୍ଜେଇ ସହ ସେମାନଙ୍କୁ ଗିରଫ କରିଛି ଆରପିଏଫ ଭୁବନେଶ୍ବର ଓ କ୍ରାଇମବ୍ରାଞ୍ଚ ଟିମ । ତେବେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Two Transgenders arrested for smuggling ganja from Bhubaneswar railway station
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X