For Quick Alerts
Turn On Notification  
For Daily Alerts
Oneindia App Download

ପରୀ ହତ୍ୟା ମାମଲା: ଯଦୁପୁରରେ ଏସଆଇଟି ଟିମ୍; ହତ୍ୟାକାଣ୍ଡର ହେବ ସିନ୍ ରିକ୍ରିଏସନ୍

ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଞ୍ଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରହିଛି ।

|

ଭୁବନେଶ୍ବର: ନୟାଗଡ ଯଦୁପୁରରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଞ୍ଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରହିଛି । ସେପଟେ ପରୀ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ଧରି ଏସଆଇଟି ଟିମ୍ ସିନ୍ ରିକ୍ରିଏଟ୍ କରିବ ବୋଲି ଜଣାପଡିଛି।

ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

Pari Case

ପରୀ ହତ୍ୟା ମାମଲାରେ ଗତକାଲି ଅଭିଯୁକ୍ତକୁ ଗିରଫ କରିଥିଲା ଏସଆଇଟି ଟିମ୍ । ତାଙ୍କ ବିରୋଧରେ ଆଇପିସି ଧାରାର ୩୭୬-ଏ/୩୭୬-ଏବି/୩୬୪/୩୦୨/୨୦୧ ଭଳି ସଙ୍ଗୀନ ଦଫା ଲାଗିଛି । ତେବେ ଶନିବାର ନୟାଗଡର ଯଦୁପୁର ଗାଁର ଜଣକୁ ଉଠାଇ ନେଇଥିଲା ଏସ୍‌ଆଇଟି । ପଲିଗ୍ରାଫ ଟେଷ୍ଟ ପରେ ତାଙ୍କୁ ଅଟକ ରଖିଥିଲା । ଏପର୍ଯ୍ୟନ୍ତ ୩୪ଜଣଙ୍କୁ ଏସଆଇଟି ପଚରାଉଚରା କରିଥିବା ବେଳେ ୪ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି ।

ପରୀ ମାମଲାକୁ ନେଇ ରାଜନୀତି-

ଅନ୍ୟପଟେ, ପରୀ ହତ୍ୟାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ରାଜନୀତି କରୁଛନ୍ତି । ଏସଆଇଟି ଅଭିଯୁକ୍ତ ଗିରଫ କରିବା ପରେ ଏହି କଥା ସ୍ପଷ୍ଟ ହୋଇଯାଇଛି ।

କଂଗ୍ରେସର ଧାରଣ-

ସେପଟେ, ରାଜ୍ୟରେ ପରୀ ହତ୍ୟାକାଣ୍ଡ, ଶିଶୁ ଚୋରି, ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା । ନାରୀ ନିର୍ଯାତନା, ନାବାଳିକା ଅପହରଣ, ଦୁଷ୍କର୍ମ ଘଟଣାକୁ ନିୟନ୍ତ୍ରଣ କରିବାରେ ନବୀନ ସରକାର ବିଫଳ । ଏହାକୁ ନେଇ ସାରା ରାଜ୍ୟରେ ଏସପି ଅଫିସ ଆଗରେ କଂଗ୍ରେସ ପ୍ରତିବାଦ ସଭା କରିଛି । ଭୁବନେଶ୍ୱର କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି କଂଗ୍ରେସ ଧାରଣା ଦେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pari Murder Case: SIT Team Visit Nayagarh's Jadupur Village
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X