For Quick Alerts
Turn On Notification  
For Daily Alerts
Oneindia App Download

ପରୀ ହତ୍ୟାକାଣ୍ଡ: କ୍ରାଇମ ସିନ୍‌ ରିକ୍ରିଏଟ କଲା ସରୋଜ

ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜକୁ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି ଏସ୍‌ଆଇଟି ।

|

ନୟାଗଡ଼: ସରୋଜ ଦେଖାଇଲା କ୍ରାଇମ ସିନର ରିକ୍ରିଏସନ । କିଭଳି ନିଷ୍ପାପ ଶିଶୁ ସହିତ ଜଘନ୍ୟ କାଣ୍ଡ ଭିଆଇଥିଲା ସେନେଇ ସରୋଜ ଦେଖାଇଛି ଡେମୋ । ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ କୁ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି ଏସ୍‌ଆଇଟି ।

crime scene

ନାବାଳିକା ଶରୀରର କିଛି ହାଡ଼ ମିଳିଥିବା ଯଦୁପୁରର ପୋଖରୀକୁ ନେଇ ଡେମୋ ଦେଖାଇଲା SIT। ପୋଖରୀ କୂଳରେ ସରୋଜ ଘଟଣା ସଂପର୍କରେ ବର୍ଣ୍ଣନା କରିଥିବା ଜଣାଯାଇଛି। ଏହି ସମୟରେ SIT ମୁଖ୍ୟ ଅରୁଣ ବୋଥ୍ରା ଘଟଣାସ୍ଥଳରେ ଉପସ୍ଥିତ ରହି ସରୋଜକୁ ଟିକିନିଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ଲାଗି ହାଇକୋର୍ଟ ଆଜି ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି । ସରୋଜର ରିମାଣ୍ଡ ଅବଧି ସରିଥିବା ଏବଂ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pari Murder Case: Accused Saroj Sethi Recreat Crime Scene
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X