For Quick Alerts
Turn On Notification  
For Daily Alerts
Oneindia App Download

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା : ହାଇକୋର୍ଟଙ୍କ ଭର୍ସନା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟକୁ ଜଣାଇବାକୁ ନିର୍ଦ୍ଦେଶ

ଡିସେମ୍ବର 16 ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପୁଲିସ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

|

କଟକ : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇଛି । ତେବେ ଏହି ଘଟଣାକୁ 80 ଦିନ ବିତି ଯାଇଥିଲେ ବି ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଭର୍ସନା କରିଛନ୍ତି ହାଇକୋର୍ଟ । ଏଥିସହ ଡିସେମ୍ବର 16 ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପୁଲିସ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଶୁଣାଣୀ ସମୟରେ ଭିଡିଓ କନଫରେସିଂ ଜରିଆରେ ହାଜର ହୋଇଥିଲେ ପୁଲିସ ଡିଜିପି ଅଭୟ ।

ନାବାଳିକା ଗଣଦୁଷ୍କର୍ମ

ଏଠାରେ ସୂଚନାଥାଉକି, ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ମା' ସାତ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ କ୍ରାଇବ୍ରାଞ୍ଚ ତଦନ୍ତ କରୁଛି । ସମାନୁଭାବରେ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ଶିଶୁ ଅଧିକାର ଆୟୋଗ ମଧ୍ୟ ଏହି ଘଟଣାକୁ ତଦନ୍ତ କରୁଛନ୍ତି । ଆଜି ଶିଶୁ ଆୟୋଗ ଏହି ନାବାଳିକା ଦୁଷ୍କର୍ମ ମାମଲାରେ ଓଟିଭିର ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ବ୍ୟକ୍ତିଗତ ହାଜର ହେବାକୁ କହିଥିଲେ ମଧ୍ୟ ସେ ଓକିଲ ଓ ପ୍ରତିନିଧିଙ୍କ ଜରିଆରେ ହାଜର ହୋଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Minor Girl Rape Case Hight Court Order to Give Status Report to Odisha Police DGP
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X