For Quick Alerts
Turn On Notification  
For Daily Alerts
Oneindia App Download

ରାସ୍ତାକଡରେ ପରିବା ଦୋକାନ : 100 କୋଟିର ଠକେଇ ନେଇ ଆସିଲା ନୋଟିସ

ରାଉରକେଲା ଠାରେ ଜିଏସଟି ଠକେଇର ଏହି ମାମଲା ସାମ୍ନାକୁ ଆସିଛି ।

|

ରାଉରକେଲା : ରାସ୍ତା କଡରେ ଛୋଟିଆ ପରିବା ଦୋକାନ । ସେହି ଟଙ୍କାରେ ସଂସାର ଚଳେ । ହେଲେ ଏହି ଦୋକାନୀଙ୍କ ନାଁରେ ଆସିଛି 100 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ରାଉରକେଲା ଠାରେ ଜିଏସଟି ଠକେଇର ଏହି ମାମଲା ସାମ୍ନାକୁ ଆସିଛି । ଯେଉଁ ନିରୀହ ଓ ଗରିବ ବ୍ୟକ୍ତି ମୋହରା ବନିଛନ୍ତି ତାଙ୍କ ନାମ କାର୍ତିକ କାମିଲା ବୋଲି ଜଣାପଡିଛି ।

ଜିଏସଟି
ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ, ଉକ୍ତ ପରିବା ବ୍ୟବସାୟୀଙ୍କୁ କୋଏଲନଗର ସି ବ୍ଲକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସର ମାଲିକ ଦର୍ଶାଇ ଲିଙ୍ଗରାଜ ଟ୍ରେଡିଂ ନାମକ ଜାଲ୍ ବ୍ୟବସାୟିକ ସଂସ୍ଥା ପ୍ରାୟ 110 କୋଟି ଟଙ୍କାର ବ୍ୟବସାୟ କରିଛି । କାର୍ତିକ କାମିଲା ଜଣେ ପରିବା ବିକାଳା ହୋଇଥିବା ବେଳେ ଏହି ଜିଏସଟି ଠକେଇ ନେଇ ତାଙ୍କ ପାଖକୁ ନୋଟିସ୍ ଆସିଥିଲା। ନୋଟିସ୍ ପାଇବା ପରେ ଘଟଣା ସମ୍ପର୍କରେ ସେ କିଛି ଜାଣିନଥିବା ଗଣମାଧ୍ୟମକୁ କହିଛନ୍ତି । ତେବେ ଏହି ଘଟଣାର ଖୋଳତାଡ ଆରମ୍ଭ କରିଛି ଜିଏସଟି ବିଭାଗ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
GST Fraud Cases Continues in Rourkela Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X