For Quick Alerts
Turn On Notification  
For Daily Alerts
Oneindia App Download

ଉତ୍ତରପ୍ରଦେଶରେ ପଞ୍ଜିକରଣ ହେଲା 'ଲଭ୍ ଜିହାଦ୍'ର ପ୍ରଥମ ମାମଲା

ପୋଲିସର ସୂଚନା ଅନୁସାରେ, ଝିଅର ବାପା ମା ଅଭିଯୋଗ କରିଛନ୍ତି, ସେହି ଗ୍ରାମର ଜଣେ ମୁସଲମାନ ଯୁବକ ତାଙ୍କ ଝିଅକୁ ଧର୍ମ ପରିବର୍ତ୍ତନ କରିବା ସହ ବିବାହ କରିବାକୁ ବାଧ୍ୟ କରୁୁଥିଲା |

|

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜ୍ୟରେ ପ୍ରଥମ 'ଲଭ୍ ଜିହାଦ୍' ମାମଲା ପଞ୍ଜିକୃରଣ ହୋଇଛି | ଲକ୍ଷ୍ନୌ ଠାରୁ 250 କିଲୋମିଟର ଦୂର ବରେଲି ଜିଲ୍ଲାର ଦେଓରାଣିଆ ପୋଲିସ୍ ଷ୍ଟେସନରେ ଏହି ମାମଲା ରୁଜୁ କରଯାଇଥିବା ନେଇ ସୂଚନା ମିଳିଛି | ପୋଲିସର ସୂଚନା ଅନୁସାରେ, ଝିଅର ବାପା ମା ଅଭିଯୋଗ କରିଛନ୍ତି, ସେହି ଗ୍ରାମର ଜଣେ ମୁସଲମାନ ଯୁବକ ତାଙ୍କ ଝିଅକୁ ଧର୍ମ ପରିବର୍ତ୍ତନ କରିବା ସହ ବିବାହ କରିବାକୁ ବାଧ୍ୟ କରୁୁଥିଲା |

Love-Jihad

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଉଭାଇସ ନାମକ ଏହି ଯୁବକ ଝିଅର ସହପାଠୀ ଏବଂ ତାକୁ ଅନ୍ୟତ୍ର ବିବାହ ନକରାଇବାକୁ ଜିଅର ବାପା ମାଙ୍କୁ ଧମକ ଦେଇଆସୁଥିଲା |

ପିତାମାତା କହିଛନ୍ତି ଯେ, ସେମାନେ ଧମକରେ ଭୟ କରି ଝିଅକୁ ଅନ୍ୟତ୍ର ବିବାହ କରାଇଛନ୍ତି, କିନ୍ତୁ ସେ ଯୁବକ ତାଙ୍କ ଝିଅକୁ ବାରମ୍ବାର ଫଲୋ କରୁଛି | ଅଭିଯୁକ୍ତମାନେ ଆମକୁ ଏବଂ ଝିଅର ଶାଶୁଘର ଲୋକଙ୍କୁ ମଧ୍ୟ ଗୁଳିକରିବାକୁ ଧମକ ଦେଇଛନ୍ତି | ପୋଲିସ କହିଛି ଯେ ସେମାନେ ନୂତନ ନିୟମ ଅନୁଯାୟୀ ମାମଲା ରୁଜୁ କରିଛନ୍ତି ଏବଂ ଏହାର ଯାଞ୍ଚ କରାଯାଉଛି | ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ଅଛନ୍ତି ବୋଲି ପୋଲିସ କହିଛି | ରାଜ୍ୟର ଏହି ନୂତନ ନିୟମରେ ସର୍ବାଧିକ ଦଶ ବର୍ଷ ଜେଲଦଣ୍ଡାଦେଶ ରହିଛି ଏବଂ ବିବାହ ଉଦ୍ଦେଶ୍ୟରେ ପ୍ରତାରଣା କିମ୍ବା ଅନ୍ୟ କୌଣସି ଠକାମି ମାଧ୍ୟମରେ ଧାର୍ମିକ ପରିବର୍ତ୍ତନ ପାଇଁ ଜୋରିମାନା ମଧ୍ୟ କରାଯାଇଛି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Uttar Pradesh Police registered first Love Jihad Case against a Muslim Youth. The case registered in Deorania police station of Bareli district.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X