For Quick Alerts
Turn On Notification  
For Daily Alerts
Oneindia App Download

ରିମାଣ୍ଡରେ ଯିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ରିମାଣ୍ଡରେ ଯିବେ ।

|

ଭୁବନେଶ୍ୱର : ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ରିମାଣ୍ଡରେ ଯିବେ । କ୍ରାଇମବ୍ରାଞ୍ଚ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ । ଏନେଇ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସୂଚନାଥାଉକି, ଗୋପାଳପୁର ଠାରେ ନିର୍ମାଣଧିନ ଟାଟା ପ୍ରକଳ୍ପରେ ନିଯୁକ୍ତି ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ ପ୍ରଦୀପ । ପ୍ରଦୀପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାରି ଜଣ ଟଙ୍କା ପଠାଇଥିବା ପୂର୍ବରୁ ସ୍ପଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଟଙ୍କା ପଠାଇଥିବା ବ୍ୟକ୍ତିମାନଙ୍କୁ ଜାଲ୍ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ପ୍ରଦୀପଙ୍କ ସମେତ ଅନ୍ୟ ଜଣେ ସହଯୋଗୀଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଯାଇଥିଲା ।

ପ୍ରଦୀପ ପାଣିଗ୍ରାହୀ

ସେହିପରି ପ୍ରଦୀପଙ୍କ ଭାବି ଜ୍ୱାଇଁ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇଥିଲେ । ଜ୍ୱାଇଁ ଟାଟା ମୋଟର୍ସରେ ଥିବାରୁ ନିଯୁକ୍ତି ମିଳିବ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ ପ୍ରଦୀପ । ଯାହାର ତଥ୍ୟ ଲାଗିଛି କ୍ରାଇମବ୍ରାଞ୍ଚ ପାଖରେ । କେବଳ ଗଞ୍ଜାମ ଜିଲ୍ଲାରେ 68 ଜଣଙ୍କୁ ଜାଲ୍ ନିଯୁକ୍ତି ଦିଆଯାଇଛି ବୋଲି ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା । ପୂର୍ବରୁ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ତାଙ୍କ ଠାରୁ ମିଳିଥିବା ତଥ୍ୟକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ଏବେ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ପ୍ରଦୀପ କିଭଳି ଜ୍ୱାଇଁ ସହ ମିଶି ଏହି ଠକେଇର ଜାଲ୍ ବିଛାଇଥିଲେ ତାହାକୁ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏହି ଠକେଇରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ପ୍ରଦୀପଙ୍କୁ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Crime Branch will Take MLA Pradeep Panigrahi on Remand
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X