For Quick Alerts
Turn On Notification  
For Daily Alerts
Oneindia App Download

22 ବର୍ଷ ପରେ ଆଜି ଅଭିଯୁକ୍ତ ବିବନକୁ ଚିହ୍ନିବେ ଅଞ୍ଜନା, ପରେ ଦିନିକିଆ ରିମାଣ୍ଡରେ ନେବ ସିବିଆଇ

ଆସନ୍ତାକାଲି ବିବନକୁ ଦିନିକିଆ ରିମାଣ୍ଡରେ ସିବିଆଇ ଓ ପର ଦିନ ଅର୍ଥାତ ଗୁରୁବାର ପୁଣି କମିଶନରେଟ ପୋଲିସକୁ ହସ୍ତାନ୍ତର କରିବ ।

|

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳର ଆଜି ହେବ ଟିଆଇ ପରେଡ। ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତରେ ଝାରପଡା ଜେଲ୍ ଭିତରେ ଟିଆଇ ପରେଡ ହେବ। ଏହି ସମୟରେ ପୀଡ଼ିତା ଉପସ୍ଥିତ ରହିବେ ।

Biban Biswal

ପରେ ବିବନକୁ ଦିନିକିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ମିଳିଛି । ସ୍ୱତନ୍ତ୍ର ସିବିଆଇ CJM କୋର୍ଟ ଏହି ଅନୁମତି ଦେଇଛନ୍ତି । ଆସନ୍ତାକାଲି ବିବନକୁ ଦିନିକିଆ ରିମାଣ୍ଡରେ ସିବିଆଇ ଓ ପର ଦିନ ଅର୍ଥାତ ଗୁରୁବାର ପୁଣି କମିଶନରେଟ ପୋଲିସକୁ ହସ୍ତାନ୍ତର କରିବ । ତେବେ ବିବନକୁ 5 ଦିନିଆ ରିମାଣ୍ଡରେ ନେବାକୁ CBI ଆବେଦନ କରିଥିବା ବେଳେ କୋର୍ଟ କେବଳ ଦୁଇ ଦିନ ନେବାକୁ ଅନୁମତି ଦେଇଛନ୍ତି ।

ସୂଚନାଥାଉକି, ଗତ ଫେବୃଆରୀ 22ରେ ଏହି ବହୁ ଚର୍ଚ୍ଚିତ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ମୁମ୍ବାଇରେ ଛଦ୍ମନାମରେ ଲୁଚି ରହିଥିବା ବେଳେ କମିଶନରେଟ୍ ପୁଲିସ ତାକୁ ଗିରଫ କରିଥିଲା । ଏଥିପାଇଁ ଅପରେସନ୍ ବୋଡା ସାପ କରିଥିଲା କମିଶନରେଟ୍ ପୋଲିସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Anjana Mishra rape case: CBI will take Biban in remand for one day
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X