For Quick Alerts
Turn On Notification  
For Daily Alerts
Oneindia App Download

'ବୋଡାସାପ'କୁ ରିମାଣ୍ଡରେ ନେବ ସିବିଆଇ: ଝାରପଡା ଜେଲରେ ହେବ ଟିଆଇ ପରେଡ୍

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ମିଳିଛି ।

|

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ମିଳିଛି । ସ୍ୱତନ୍ତ୍ର ସିବିଆଇ CJM କୋର୍ଟ ଏହି ଅନୁମତି ଦେଇଛନ୍ତି ।

Biban Biswal

ଆସନ୍ତା 4 ଓ 5 ତାରିଖ ଦୁଇ ଦିନ ପାଇଁ ବିବନକୁ CBI ରିମାଣ୍ଡରେ ନେବ । ତେବେ ବିବନକୁ 5 ଦିନିଆ ରିମାଣ୍ଡରେ ନେବାକୁ CBI ଆବେଦନ କରିଥିବା ବେଳେ କୋର୍ଟ କେବଳ ଦୁଇ ଦିନ ନେବାକୁ ଅନୁମତି ଦେଇଛନ୍ତି ।

ଅନ୍ୟପଟରେ ଝାରପଡା ଜେଲରେ ବିବନର ହେବ ଟିଆଇ ପରେଡ୍ । ଆସନ୍ତାକାଲି ବୁଧବାର ଝାରପଡ଼ା ଜେଲରେ ଆଇଡେଣ୍ଟିଫିକେସନ୍ ପରେଡ୍ ହେବ । JMFC ସୃଜାଲିନ୍ ମହାନ୍ତି ଏହି ଟିଆଇ ପରେଡ୍ କରାଇବେ । ଏଠାରେ ସୂଚନାଥାଉକି, ଗତ ଫେବୃଆରୀ 22ରେ ଏହି ବହୁ ଚର୍ଚ୍ଚିତ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ମୁମ୍ବାଇରେ ଛଦ୍ମନାମରେ ଲୁଚି ରହିଥିବା ବେଳେ କମିଶନରେଟ୍ ପୁଲିସ ତାକୁ ଗିରଫ କରିଥିଲା । ଏଥିପାଇଁ ଅପରେସନ୍ ବୋଡା ସାପ କରିଥିଲା କମିଶନରେଟ୍ ପୁଲିସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Anjana Mishra gang rape case: CBI will took accused Biban Biswal in remand for two days
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X