For Quick Alerts
Turn On Notification  
For Daily Alerts
Oneindia App Download

ଠକେଇର ଜାଲ ବିଛାଇଥିଲେ ପ୍ରଦୀପ ପାଣିଗ୍ରାହୀ ଓ ଭାବି ଜ୍ୱାଇଁ ଆକାଶ ପାଠକ, ପଢନ୍ତୁ କିଭଳି ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ..

ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକ ବିଛାଇଥିଲେ ଜାଲ । ଭାବି ଜ୍ୱାଇଁ ଟାଟା ମୋଟର୍ସରେ ଚାକିରି କରିଥିବା କହି ଲୋକଙ୍କ ଠାରୁ ନେଇଥିଲେ ଟଙ୍କା ।

|

ଭୁବନେଶ୍ୱର : ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକ ବିଛାଇଥିଲେ ଜାଲ । ଭାବି ଜ୍ୱାଇଁ ଟାଟା ମୋଟର୍ସରେ ଚାକିରି କରିଥିବା କହି ଲୋକଙ୍କ ଠାରୁ ନେଇଥିଲେ ଟଙ୍କା । କେବଳ ସେତିକି ନୁହେଁ ନିଜେ ଆକାଶ ପାଠକ ମଧ୍ୟ ଟାଟା ମୋଟର୍ସରେ ଚାକିରି ଦେବାକୁ ପ୍ରତିଶୃତି ଦେଇ ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଏସବୁର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଆଜି କ୍ରାଇମବ୍ରାଞ୍ଚର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶିନୀ ସାମ୍ବାଦିକ ସମ୍ମିଳନୀ କରି ଏହି ନେଇ ବିବୃତି ରଖିଛନ୍ତି ।

ଠକେଇର ବ୍ଲୁପ୍ରିଣ୍ଟ

ପ୍ରେସମିଟରେ ଦେଇଥିବା ବିବୃତି ଅନୁସାରେ ଛଅ ଜଣ ବ୍ୟକ୍ତିଙ୍କ ଆଧାରରେ ତଦନ୍ତ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ଚାକିରି କରାଇ ଦେବା ନେଇ ଟଙ୍କା ଆସୁଥିଲା । ଆଶାୟୀମାନଙ୍କୁ ଜାଲ୍ ନିଯୁକ୍ତିପତ୍ର ଦିଆଯାଇଥିଲା । ଉକ୍ତ ଛଅ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ଦୁଇ ଜଣ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ବେଳେ 4 ଜଣ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଇନଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ପରିଚୟ ଦେଇ ଥିଲେ । ଟାଟା ମୋଟର୍ସର ଲୋଗେ, ଭିଜିଟିଂ କାର୍ଡ ଏବଂ ଜାଲ୍ ଇମେଲ୍ କରି ଲୋକଙ୍କୁ ଠକିଥିଲେ ।

ଅଭୟ ପାଠକ

ତଦନ୍ତ ସମୟରେ ଜଣାପଡିଥିଲା ଛଅ ଜଣ ବ୍ୟକ୍ତି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କୁ ବିପୁଳ ଟଙ୍କା ଦେଇଥିଲେ ଆଶାୟୀ ପାର୍ଥି । ଯେହେତୁ ଆକାଶ ନିଜକୁ ଗୋପାଳପୁର ବିଧାୟକଙ୍କ ଭାବି ଜ୍ୱାଇଁ ବୋଲି ପରିଚୟ ଦେଉଥିଲେ ଏବଂ ନିଜକୁ ଟାଟା ମୋଟର୍ସର ଏମଡି କହୁଥିଲେ ଏହାକୁ ନେଇ ଚାକିରି କରାଇଦେବା ପାଇଁ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ । ତଦନ୍ତରୁ ଜଣାପଡିଛି ଯେ, ଚାକିରି ଦେବାକୁ କହି ଅନଲାଇନରେ ଫେକ୍ ତାଲିମ୍ ମଧ୍ୟ ଲୋକଙ୍କୁ ଦିଆଯାଇଥିଲା । ଏଠାରେ କହି ରଖୁଛୁ କି, ଭିଜିଲାନ୍ସ ବିଭାଗ ଏବେ ଅଭୟ ପାଠକ ଓ ଆକାଶ ପାଠକଙ୍କ ନାଁରେ ଆୟବର୍ହିଭୂତ ସମ୍ପତି ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । ଯେହେତୁ ଆକାଶ ପାଠକ ମୁଖ୍ୟ ଅଭିଯୁକ୍ତ ସେଥିପାଇଁ ସିଆଇଡି, ସିବି ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲା । ଏଥିପାଇଁ ଆକାଶଙ୍କୁ ଗତ ଶୁକ୍ରବାର ଠାରୁ ରିମାଣ୍ଡରେ ଅଣାଯାଇଛି । ତଦନ୍ତରୁ ଆହୁରି ମଧ୍ୟ ଜଣାପଡିଛି ଯେ, ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଅନ୍ୟ ଆଶାୟୀମାନେ ବିରାଟ ବଡ଼ ଠକେଇର ସମ୍ମୁଖିନ ହୋଇଛନ୍ତି । ଅନ୍ୟମାନଙ୍କୁ ନ ଡରି ସେମାନେ ଅଭିଯୋଗ କରିବାକୁ ଆହ୍ୱାନ କରିଛନ୍ତି ଏଡିଜି କ୍ରାଇମବ୍ରାଞ୍ଚ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Akash Pathak and MLA Pradeep Panigrahi Cheated Pepople in the Name Of Tata Motors for Job
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X