Get Updates
Get notified of breaking news, exclusive insights, and must-see stories!

ଜାପାନ ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ

ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହୋଇଯାଉଛନ୍ତି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ବର ଜିଡିପି ଅଭିବୃଦ୍ଧି ଧୀମା ହେଉଥିବାବଳେ ଋଣ ବଢିଚାଲିଛି । ୨୦୨୫ରେ ବିଶ୍ବର ଜିଡିପି-ଋଣ ଅନୁପାତ ୯୪.୭ ପ୍ରତିଶତରେ ପହଞ୍ଚିଛି ଯାହାକି ବର୍ଷକ ପୂର୍ବେ ୯୨.୪ ପ୍ରତିଶତ ଥିଲା । ଋଣ ଏପରି ବଢିଚାଲିଲେ ୨୦୩୦ ସୁଦ୍ଧା ତାହା ୧୦୨ ପ୍ରତିଶତରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ଆଇଏମଏଫ ପୂର୍ବାନୁମାନ କରିଛି ।

ତେବେ ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ କିଏ ? ଆଇଏମଏଫ ଯେଉଁ ତାଲିକା ପ୍ରକାଶ କରିଛି ତାହାକୁ ଦେଖିଲେ ଆପଣମାନେ ଚମକି ପଡ଼ିବେ । ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ ହେଉଛି ଜାପାନ । ଜାପାନର ଋଣ ତାହାର ଜିଡିପିର ୨୨୯.୬ ପ୍ରତିଶତ ରହିଛି । ଅର୍ଥାତ୍ ଜାପାନର ମୋଟ ଘରୋଇ ଉତ୍ପାଦର ଦୁଇଗୁଣ ହୋଇଯାଇଛି ଋଣ । ଜାପାନର ଧୀମା ହେଉଥିବା ଅର୍ଥନୀତି ଓ ବୟସ୍କ ଜନସଂଖ୍ୟା ଏହି ସମସ୍ୟାକୁ ଉତ୍କଟ କରିଛି । ୨ୟ ସ୍ଥାନରେ ରହିଛି ଆଫ୍ରିକୀୟ ଦେଶ ସୁଦାନ ଯାହାର ଜିଡିପି-ଋଣ ଅନୁପାତ ୨୨୧ ପ୍ରତିଶତ ରହିଛି । ସେହିପରି ୩ୟ ସ୍ଥାନରେ ସିଂଗାପୁର ରହିଛି, ଯାହାର ଜିଡିପି-ଋଣ ଅନୁପାତ ୧୭୫.୬ ପ୍ରତିଶତ ରହିଛି ।

imf

ଚତୁର୍ଥ, ପଂଚମ, ୬ଷ୍ଠ ଓ ୭ମ ସ୍ଥାନରେ ଅଛନ୍ତି ଗ୍ରୀସ, ବାହରିନ, ଇଟାଲି ଓ ମାଳଦ୍ବୀପ । ୮ମ ସ୍ଥାନରେ ରହିଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଓ ୧ ନମ୍ବର ଅର୍ଥନୀତି ଆମେରିକା । ଏହାର ଜିଡିପି-ଋଣ ଅନୁପାତ ୧୨୫ ପ୍ରତିଶତ ରହିଛି । ସେହିପରି ଚୀନର ସ୍ଥାନ ୨୧ ନମ୍ବରରେ ରହିଛି ଯାହାର ଜିଡିପି-ଋଣ ଅନୁପାତ ୯୬.୩ ପ୍ରତିଶତ ରହିଛି । ଏଠାରେ ପ୍ରଶ୍ନ ଉଠେ ଭାରତର ସ୍ଥାନ କେଉଁଠି ରହିଛି ? ୮୧.୪ ପ୍ରତିଶତ ଜିଡିପି-ଋଣ ଅନୁପାତ ସହ ଭାରତ ଏହି ତାଲିକାର ୩୫ତମ ସ୍ଥାନରେ ଅଛି । ଅର୍ଥାତ ଭାରତର ଜିଡିପି-ଋଣ ଅନୁପାତ ବିଶ୍ବର ହାରାହାରି ଅନୁପାତ (୯୪.୭ ପ୍ରତିଶତ) ଠାରୁ କମ ରହିଛି, ଯାହାକି ଏକ ଆଶ୍ବସ୍ତିର ବିଷୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+