Get Updates
Get notified of breaking news, exclusive insights, and must-see stories!

ଅର୍ଥନୈତିକ ସମାନତାରେ ଚତୁର୍ଥ ସ୍ଥାନରେ ଭାରତ

ଭାରତ କେବଳ ଦ୍ରୁତ ଅର୍ଥନୈତିକ ବିକାଶ ହାସଲ କରୁନାହିଁ, ବରଂ ଏହି ବିକାଶର ସୁଫଳକୁ ଲୋକଙ୍କ ମଧ୍ୟରେ ଉତ୍ତମଭାବେ ବାଣ୍ଟିବାରେ ସଫଳ ହୋଇଛି। ଏହି କାରଣରୁ ଭାରତ ବିଶ୍ବର ଚତୁର୍ଥ ଶ୍ରେଷ୍ଠ ଅର୍ଥନୈତିକ ସମାନତା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ସମେତ ଜି-୭ ଏବଂ ଜି-୨୦ ଦେଶଗୁଡ଼ିକୁ ମଧ୍ୟ ଭାରତ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି।

ଅର୍ଥନୈତିକ ‌ସମାନତା ଓ ଅସମାନତା ମାପିବା ପାଇଁ ବ୍ୟବହାର ହେଉଥିବା ସୂଚକାଙ୍କ 'ଗିନି ଇଣ୍ଡେକ୍ସ' ଭାରତରେ ୨୫.୫ ରହିଛି। ଆୟ ସମାନତା କ୍ଷେତ୍ରରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ଥିବାବେଳେ ଏହା ଉପରେ ସ୍ଲୋଭାକିଆ, ସ୍ଲୋଭେନିଆ ଏବଂ ବେଲାରୁଷ୍‌ ରହିଛନ୍ତି।

world bank
ଗିନି ଇଣ୍ଡେକ୍ସ ଗୋଟିଏ ଦେଶରେ ଲୋକଙ୍କ ମଧ୍ୟରେ ଆୟରେ ହେଉଥିବା ବଣ୍ଟନକୁ ଦର୍ଶାଇଥାଏ। ଶୂନରୁ ୧୦୦ ମଧ୍ୟରେ ଏହି ସଂଖ୍ୟା ରହିଥାଏ। ଶୂନ ରହିଲେ ସମାଜରେ ସଂପୂର୍ଣ୍ଣ ସମାନତା ଏବଂ ୧୦୦ ରହିଲେ ସର୍ବାଧିକ ଅସମାନତା ରହିଛି ବୋଲି ଆକଳନ କରାଯାଇଥାଏ।

ଭାରତ ଯେଉଁ ନୂଆ ନମ୍ବର ପାଇଛି ସେଥିରେ ଚୀନ, ଆମେରିକା ସମେତ ଜି୭ ଏବଂ ଜି୨୦ ସଂଘର ସଦସ୍ୟ ଦେଶଗୁଡ଼ିକ ପଛରେ ପଡ଼ିଯାଇଛନ୍ତି। ଚୀନକୁ ୩୫.୭ ନମ୍ବର ମିଳିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାକୁ ୪୧.୮ ନମ୍ବର ମିଳିଛି। ୨୦୧୧ରେ ଭାରତର ଗିନି ଇଣ୍ଡେକ୍ସ ୨୮.୮ ରହିଥିଲା। ତେଣୁ ଏହି ସମୟ ମଧ୍ୟରେ ଏଥିରେ ଉନ୍ନତି ଆସିଛି।

ଭାରତ ସରକାରଙ୍କ ସାମାଜିକ ମଙ୍ଗଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଭିବୃଦ୍ଧିର ସୁଫଳ ଲୋକଙ୍କ ମଧ୍ୟରେ ଅଧିକ ସମାନ ଭାବରେ ବଣ୍ଟା ଯାଉଛି। ସରକାର ଦାରିଦ୍ର୍ୟ ହ୍ରାସ ଉପରେ ଗୁରୁତ୍ବ ଦେଉଛନ୍ତି। ଆର୍ଥିକ ସୁବିଧା ସୁଯୋଗ ଲୋକଙ୍କ ନିକଟରେ କିପରି ପହଞ୍ଚିବ ଏବଂ ଲୋକମାନେ ବିଭିନ୍ନ ଜନମଙ୍ଗଳ ଯୋଜନାର ସୁଫଳ କିପରି ପାଇବେ ତାହାକୁ ଧ୍ୟାନ ଦିଆଯାଇଛି। ୨୦୧୧ରୁ ୨୦୨୩ ମଧ୍ୟରେ ୧୭୧ ନିୟୁତ ଲୋକ ଉତ୍କଟ ଦାରିଦ୍ର୍ୟ କବଳରୁ ବାହାରିଛନ୍ତି ବୋଲି ନିକଟରେ ବିଶ୍ବବ୍ୟାଙ୍କ ରିପୋର୍ଟରୁ ଜଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+