Get Updates
Get notified of breaking news, exclusive insights, and must-see stories!

ବଢିବ କି ୨ ହଜାର ଟଙ୍କା ନୋଟ୍ ବଦଳି ସମୟ ସୀମା ? ବନ୍ଦ ହେବ କି ୫ ଶହ ଟଙ୍କିଆ ନୋଟ ? ଉତ୍ତର ରଖିଲେ ସରକାର...

ନୂଆଦିଲ୍ଲୀ: ଗତ ମେ ମାସରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ତେବେ ବ୍ୟାଙ୍କରେ ନୋଟ୍ ବଦଳି ପାଇଁ ଶେଷ ତାରିଖ ଭାବରେ ୩୦ ସେପ୍ଟେମ୍ବର ସ୍ଥିର କରାଯାଇଛି । କିନ୍ତୁ, ଲୋକଙ୍କ ମନରେ ପ୍ରଶ୍ନ ହେଉଛି ଏହି ସମୟସୀମା ଆହୁରି ବୃଦ୍ଧି କରାଯିବ କି ?

ତେବେ ସଂସଦରେ ଏହି କଥା ଉଠିବା ପରେ ଅର୍ଥ ମନ୍ତ୍ରମାଳୟ ସ୍ପଷ୍ଟ କରିଛି ୨ ହଜାର ଟଙ୍କିଆ ନୋଟ ବଦଳାଇବାର ସମୟ ସୀମାରେ କୌଣସୀ ପରିବର୍ତ୍ତନ ତଥା ଏହାକୁ ବୃଦ୍ଧି କରାଯିବ ନାହିଁ । ତେଣୁ ସେପ୍ଟେମ୍ୱର ୩୦ ତାରିଖ ପୂର୍ବରୁ ଆପଣ ନିଜ ପାଖରେ ଥିବା ୨ ହଜାର ଟଙ୍କାର ନୋଟ ଗୁଡିକୁ ବ୍ୟାଙ୍କରେ ଜମା କରିବା ଉଚିତ । ଆପଣଙ୍କ ୨ ହଜାର ଟଙ୍କା ନୋଟ ବଦଳରେ ସମାନ ମୂଲ୍ୟର ଅନ୍ୟ ନୋଟ ଆପଣଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ ।

2000 Notes Exchange Time Limit

ସଂସଦର ମୌସୁମୀ ଅଧିବେଶନରେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ସମେତ ଅନେକ ସାଂସଦ ୨୦୦୦ ନୋଟ ବିଷୟରେ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ସେହିପରି ଅନ୍ୟ ଜଣେ ସାଂସଦ ସଂସଦରେ ପ୍ରଶ୍ନ କରିଥିଲେ ଯେ, ଦେଶରୁ ବ୍ଲାକ୍ ମନି ହଟାଇବା ପାଇଁ ସରକାର ଅଧିକ ମୂଲ୍ୟର ନୋଟକୁ ବିମୁଦ୍ରୀକରଣ କରିବାକୁ ଯୋଜନା କରୁଛନ୍ତି କି ? ଏହାର ଉତ୍ତରରେ କୁହାଯାଇଛି ଯେ, ଏପରି କୌଣସି ଯୋଜନା ହୋଇ ନାହିଁ ।

ଅନ୍ୟ ନାମର ନୋଟ୍ ଯୋଗାଣ ବୃଦ୍ଧି କରିବାକୁ କିମ୍ବା ୧,୦୦୦ ହଜାର ଟଙ୍କିଆ ନୋଟ୍ ପୁନଃ ଉତ୍ପାଦନ କରିବାକୁ ସରକାରଙ୍କର କୌଣସି ପ୍ରସ୍ତାବ ଅଛି କି ? ଅର୍ଥମନ୍ତ୍ରୀ କହିଛନ୍ତି- ଆରବିଆଇ ଅନୁଯାୟୀ, ୨୦୦୦ ନୋଟ୍ ପ୍ରତ୍ୟାହାର ଏକ ମୁଦ୍ରା ପରିଚାଳନା କାର୍ଯ୍ୟ ଥିଲା ଯାହା ଜନସାଧାରଣଙ୍କ ପାଇଁ କୌଣସି ଅସୁବିଧା କିମ୍ବା ଅର୍ଥନୀତିରେ କୌଣସି ବ୍ୟାଘାତକୁ ଏଡାଇବାକୁ ଯୋଜନା କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+