Get Updates
Get notified of breaking news, exclusive insights, and must-see stories!

କ'ଣ କରିବେ ? ପଢିରଖନ୍ତୁ : ଆସନ୍ତା ବର୍ଷ ଠାରୁ ଏହି ସବୁ ଫୋନରେ ଆଉ କାମ କରିବନି ହ୍ୱାଟସଆପ୍

ଆସନ୍ତାବର୍ଷ ଅର୍ଥାତ୍ ନୂଆ ବର୍ଷରୁ ହ୍ୱାଟସଆପ୍ ଅପଡେଟ୍ ହେବ । ହେଲେ ଏହିଥର ଅପଡେଟ୍ କଲେ ଏଭଳି କିଛି ଆଣ୍ଡ୍ରଏଡ୍ ଫୋନ୍ ରହିବ ଯେଉଁଥିରେ ହ୍ୱାଟସଆପ୍ କାମ କରିବନି

ନୂଆଦିଲ୍ଲୀ : ପ୍ରତ୍ୟେକଟି ଆଣ୍ଡ୍ରଏଡ୍ ଫୋନର ପ୍ରମୁଖ ସ୍ଥାନ ନେଇଥାଏ ହ୍ୱାଟସଆପ୍ । ଏହି ହ୍ୱାଟସଆପର କୋଟିକୋଟି ୟୁଜର ଭାରତରେ ମଧ୍ୟ ରହିଛନ୍ତି । ୟୁଜର୍ସମାନଙ୍କୁ ମେସିଜିଂର ସର୍ବଶ୍ରେଷ୍ଠ ସୁବିଧା ଯୋଗାଇ ଦେବା ପାଇଁ ହ୍ୱାଟସଆପ୍ ନିଜକୁ ଅପଗ୍ରେଡ୍ ମଧ୍ୟ କରୁଛି । ଆସନ୍ତାବର୍ଷ ଅର୍ଥାତ୍ ନୂଆ ବର୍ଷରୁ ହ୍ୱାଟସଆପ୍ ଅପଡେଟ୍ ହେବ । ହେଲେ ଏହିଥର ଅପଡେଟ୍ କଲେ ଏଭଳି କିଛି ଆଣ୍ଡ୍ରଏଡ୍ ଫୋନ୍ ରହିବ ଯେଉଁଥିରେ ହ୍ୱାଟସଆପ୍ କାମ କରିବନି । ଏଥିପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ହ୍ୱାଟସଆପ୍ କରି ନାହିଁ ।
ଏହି ଫୋନରେ କାମ କରିବନି
ମିଡିଆ ରିପୋର୍ଟ ଅନୁସାରେ ଆଶନ୍ତା 2021ରେ ହ୍ୱାଟସଆପ୍ ତା ଫିଚରର ଅପଡେଟ୍ କରିବ । ଏଥିପାଇଁ ପୁରୁଣା ଆଣ୍ଡ୍ରଏଡ୍ ଭର୍ସନରେ ହ୍ୱାଟସଆପ୍ କାମ କରିବା ବନ୍ଦ କରି ଦେବ ।

ହ୍ୱାଟସଆପ୍

ଏକ୍ସପର୍ଟଙ୍କ କହିବା ଅନୁସାରେ ଯେଉଁମାନଙ୍କର ଆଣ୍ଡ୍ରଏଡ୍ ଭର୍ସନ 4.0.3 ରୁ ତଳେ ରହିଛି ସେହିମାନଙ୍କ ଫୋନରେ ହ୍ୱାଟସଆପ୍ କାମ କରିବା ବନ୍ଦ କରିବା ବନ୍ଦ କରିଦେବ । ଯଦି 2021ରେ ଆପଣଙ୍କ ଆଣ୍ଡ୍ରଏଡ୍ ଫୋନର ଭର୍ସନ ଉକ୍ତ ଠାରୁ କମ୍ ଅଛି ତାହେଲେ ଅନ୍ୟ ଭର୍ସନକୁ ଅପଲୋଡ୍ କରି ଦିଅନ୍ତୁ । ଏଠାରେ କହି ରଖୁଛୁ କି, ଚଳିତ ବର୍ଷ ଫେବୃଆରୀରେ ହ୍ୱାଟସରଆପ୍ ଆଣ୍ଡ୍ରଏଡ୍ ଭର୍ସନ 2.3.7 ରୁ ତଳକୁ ଥିବା ଫୋନରେ କାମ କରିବା ବନ୍ଦ କରି ଦେଇଛି ।
ବାଦ୍ ପଡିବ ନାହିଁ ଆଇଫୋନ୍
ଆଣ୍ଡ୍ରଏଡ୍ ବାଦ୍ ଆଇଫୋନ ମାନଙ୍କରେ ମଧ୍ୟ ଏହି ନିୟମ ଲାଗୁ ହେବ । ନୂଆବର୍ଷରେ iPhone 4, iPhone 4S, iPhone 5, iPhone 5S, iPhone 6 ଏବଂ iPhone 6S ରେ ହ୍ୱାଟସଆପ୍ କାମ କରିବା ବନ୍ଦ କରିଦେବ ।

ଆଇଫୋନ୍

ଏଥିପାଇଁ ୟୁଜର୍ସମାନଙ୍କୁ iOS 9 ଭର୍ସନକୁ ଅପଗ୍ରେଡ୍ କରିବା ପଡିବ । ସେହିପରି iPhone 6S, 6Plus, iPhone SE ଫୋନରେ iOS 14 ଅପଡେଟ୍ କରିବାକୁ ପଡିବ । ଅବଶ୍ୟ ଏବେ ହ୍ୱାଟସଆପ୍ ପକ୍ଷରୁ ସେଭଳି କୌଣସି ଅଫିସିଆଲ୍ ମନ୍ତବ୍ୟ ଦିଆଯାଇ ନାହିଁ ।
ଫୋନର ଭର୍ସନ କେମିତି ଜାଣିବେ ?
ଆଣ୍ଡ୍ରଏଡ୍ ଭର୍ସନ ବାଦ୍ HTC Desire, LG Optimus Black, Motorola Droid Razr ଏବଂ Samsung Galaxy S2 ଭଳି ମଡେଲର ଫୋନରେ ମଧ୍ୟ ହ୍ୱାଟସଆପ୍ କାମ କରିବ ନାହିଁ । ଯଦି ଆପଣଙ୍କୁ ଆପଣଙ୍କ ଫୋନର ଆଣ୍ଡ୍ରଏଡ୍ ଭର୍ସନ ଜାଣିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ସେଟିଂକୁ ଯାଆନ୍ତୁ ଏହାପରେ ସବୁଠାରୁ ତଳେ ଥିବା About Phone ର ଅପସନ୍ ଆସିବ ଯେଉଁଠି ଯାଇ ଆପଣ ଜାଣିପାରିବେ । ସେହିପରି ଯଦି ଆପଣ iPhone ୟୁଜର ହୋଇଥାନ୍ତି ତାହେଲେ Settings > General > About କୁ ଯାଏ ନିଜ ଫୋନର ଭର୍ସନ ଯାଞ୍ଚ କରି ପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+