ମେ' 15 ପରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ ? ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ କମ୍ପାନୀ ଅଧିକାରୀ

କମ୍ପାନୀ ଏହାର ଗୋପନୀୟତା ନୀତି ଗ୍ରହଣ କରିବାକୁ 15 ମଇ 2021 ର ସମୟସୀମା ସମାପ୍ତ କରିଛି । ବର୍ତ୍ତମାନ ମେ 15 ପରେ ମଧ୍ୟ କୌଣସି ଆକାଉଣ୍ଟ୍ ବନ୍ଦ କିମ୍ବା ଡିଲିଟ ହେବ ନାହିଁ

ଭୁବନେଶ୍ୱର : ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । ହ୍ୱାଟ୍ସଆପ୍ ବର୍ତ୍ତମାନ ଏହାର ଗୋପନୀୟତା ନୀତି ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେଇଛି । କମ୍ପାନୀ ଏହାର ଗୋପନୀୟତା ନୀତି ଗ୍ରହଣ କରିବାକୁ 15 ମଇ 2021 ର ସମୟସୀମା ସମାପ୍ତ କରିଛି । ବର୍ତ୍ତମାନ ମେ 15 ପରେ ମଧ୍ୟ କୌଣସି ଆକାଉଣ୍ଟ୍ ବନ୍ଦ କିମ୍ବା ଡିଲିଟ ହେବ ନାହିଁ । କମ୍ପାନୀ ସ୍ପଷ୍ଟ ଭାବରେ କହିଛି ଯେ ଯଦି ସର୍ତ୍ତାବଳୀ ଗ୍ରହଣ ନକରନ୍ତି, ତେବେ ଆପଣଙ୍କର ହ୍ୱାଟ୍ସଆପ୍ ଡିଲିଟ୍ ହେବ ନାହିଁ । ଏହି ଗୋପନୀୟତା ନୀତିକୁ ନେଇ ହ୍ୱାଟ୍ସଆପ୍ ଅନେକ ବିବାଦରେ ଥିଲା । ଏଥିପାଇଁ ହ୍ୱାଟ୍ସଆପକୁ କଡ଼ା ସମାଲୋଚନା କରାଯାଇଥିଲା । ହ୍ୱାଟ୍ସଆପ ତାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ସହିତ ଏହାର ଡାଟା ସେୟାର କରୁଥିବା ଅଭିଯୋଗ ହୋଇଥିଲା । ତେବେ ବର୍ତ୍ତମାନ ଏହି ସମସ୍ତ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି କମ୍ପାନୀ । ହ୍ୱାଟ୍ସଆପକୁ ନେଇ ଆଗାମୀ ଦିନରେ ନୂଆ ରିମାଇଣ୍ଡର ଗ୍ରାହକୁମାନଙ୍କୁ ପ୍ରଦାନ କରାଯିବ ବୋଲି ଅଧିକାରୀ କହିଛନ୍ତି ।

ହ୍ୱାଟସଆପ୍
ହ୍ୱାଟ୍ସଆପ ମୁଖପାତ୍ର PTI କୁ କହିଛନ୍ତି ଯେ ପଲିସି ଅପଡେଟ୍ ଗ୍ରହଣ ନକନଥିବା କୌଣସି ଉପଭୋକ୍ତାଙ୍କର ଆକାଉଣ୍ଟକୁ ଡିଲିଟ୍ ହେବ ନାହିଁ । ଫଳରେ ମେ 15 ରେ କୌଣସି ଆକାଉଣ୍ଟ ଡିଲିଟ୍ ହେବ ନାହିଁ ଏବଂ ଭାରତରେ କେହି ହ୍ୱାଟ୍ସଆପର କାର୍ଯ୍ୟକାରିତା ହରାଇବେ ନାହିଁ । ଆସନ୍ତା ସପ୍ତାହରେ ଆମେ ଲୋକଙ୍କୁ ନୂତନ ତଥ୍ୟ ପ୍ରଦାନ କରିବୁ । ତେବେ ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ ନୂତନ ସେବା ସର୍ତ୍ତାବଳୀକୁ ଅନେକ ଉପଭୋକ୍ତା ମଧ୍ୟ ଗ୍ରହଣ କରିଛନ୍ତି । କିଛି ଲୋକ ଏପର୍ଯ୍ୟନ୍ତ ଗ୍ରହଣ କରିନାହାଁନ୍ତି । କିନ୍ତୁ କେଉଁ କାରଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା ତାହା ହ୍ୱାଟ୍ସଆପ ମୁଖପାତ୍ର ପ୍ରକାଶ କରି ନାହାଁନ୍ତି । କିମ୍ବା ଏହି ସର୍ତ୍ତଗୁଡିକ ଗ୍ରହଣ କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ବିଷୟରେ ସେ କିଛି ଉଲ୍ଲେଖ କରି ନାହାନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+