ମିଳିଲା ଅନୁମତି, ଅପେକ୍ଷାର ହେଲା ଅନ୍ତ: ହ୍ୱାଟ୍ସଆପରେ ପଠାଇ ହେବ ଟଙ୍କା
ଏଣିକି ହ୍ୱାଟ୍ସଆପରେ ଚାଟ୍, ଭିଡିକଲ୍, ଅଡିଓ କଲ୍ ସହ ଟଙ୍କା ମଧ୍ୟ ପଠାଇ ପାରିବେ
ଭୁବନେଶ୍ୱର: ତିନି ବର୍ଷ ଅପେକ୍ଷାର ଶେଷରେ ଅନ୍ତ ହୋଇଛି । ଏଣିକି ହ୍ୱାଟ୍ସଆପରେ ଚାଟ୍, ଭିଡିକଲ୍, ଅଡିଓ କଲ୍ ସହ ଟଙ୍କା ମଧ୍ୟ ପଠାଇ ପାରିବେ । ଏନେଇ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ୱାଟ୍ସଆପକୁ ଅନୁମତି ଦେଇଛି ।
ଭାରତର ଦଶଟି ଆଞ୍ଚଳିକ ଭାଷାରେ ହ୍ୱାଟ୍ସଆପ୍ ପେମେଣ୍ଟ୍ ଉପଲବ୍ଧ ହେବ । ଯଦି ଆପଣଙ୍କ ହ୍ୱାଟ୍ସଆପ୍ ରେ ପେମେଣ୍ଟ୍ ଅପସନ୍ ନାହିଁ ତାହାଲେ ଏହାକୁ ଅପଡେଟ୍ କରି ଦିଅନ୍ତୁ । ହ୍ୱାଟ୍ସଆପରେ ପେମେଣ୍ଟ୍ ବ୍ୟବହାର କରିବା ପାଇଁ ଗ୍ରାହକଙ୍କ ପାଖରେ ଏକ ଡେବିଟ୍ କାର୍ଡ ରହିବା ଆବଶ୍ୟକ । ଏହି କାର୍ଡ ୟୁପିଆଇକୁ ସମର୍ଥନ କରେ ।

ହ୍ୱାଟ୍ସଆପରେ ପେମେଣ୍ଟ କରିବାକୁ ହେଲେ ପେମେଣ୍ଟ ବିକଳ୍ପକୁ ଯାଇ ବ୍ୟାଙ୍କ ଚୟନ କରି ସବିଶେଷ ତଥ୍ୟ ପ୍ରଦାନ କରି ଏହାକୁ ଆକ୍ଟିଭ୍ କରିପାରିବେ । ପେମେଣ୍ଟ୍ ସେବା ପାଇଁ ହ୍ୱାଟ୍ସଆପ୍ ପାଞ୍ଚଟି ବ୍ୟାଙ୍କ ସହ ସହଭାଗିତା କରିଛି । ଏହି ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଏସବିଆଇ ଏବଂ ଜିଓ ପେମେଣ୍ଟ୍ ବ୍ୟାଙ୍କ ଅନ୍ତର୍ଭୁକ୍ତ । ସବୁଠାରୁ ବଡ କଥା ହେଉଛି ହ୍ୱାଟ୍ସଆପ୍ ବ୍ୟବହାର କରୁନଥିବା ଲୋକଙ୍କୁ ମଧ୍ୟ ଏହି ପେମେଣ୍ଟ ଜରିଆରେ ଟଙ୍କା ପଠେଇ ପାରିବେ । ଏହି ସୁବିଧା ଯୋଗାଇ ଦେବାକୁ 3 ବର୍ଷ ଭାରତରେ ଅପେକ୍ଷା କରିବା ପଡିଛି ବୋଲି କହିଛନ୍ତି ଫେସବୁକ୍ ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ।












Click it and Unblock the Notifications