୯୮ ଲକ୍ଷ ଆକାଉଣ୍ଟ୍ ବନ୍ଦକଲା ହ୍ବାଟ୍ସଆପ୍
ଜୁନ୍ ମାସରେ ଭାରତରେ ହ୍ବାଟ୍ସଆପ୍ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟ ନିଷିଦ୍ଧ କରିଛି। ହ୍ବାଟ୍ସଆପ୍ର ଦୁରୁପଯୋଗ ଏବଂ କ୍ଷତିକାରକ କାର୍ଯ୍ୟକଳାପ ବନ୍ଦ କରିବାକୁ କମ୍ପାନି ଏଭଳି ପଦକ୍ଷେପ ନେଇଛି। ୯୮ ଲକ୍ଷ ଆକାଉଣ୍ଟ ମଧ୍ୟରୁ ପାଖାପାଖି ୧୯.୭୯ ଆକାଉଣ୍ଟ୍କୁ କମ୍ପାନି ନିଜଆଡ଼ୁ ସକ୍ରିୟତାର ସହ ବନ୍ଦ କରିଛି।

ଏ ସଂପର୍କରେ ଅଭିଯୋଗ ଗ୍ରହଣ ପୂର୍ବରୁ କମ୍ପାନି ପଦକ୍ଷେପ ନେଇଥିବା ସୂଚନା ଦେଇଛି। ଜୁନ ମାସରେ କମ୍ପାନି ମୋଟ ୨୩,୫୯୬ ଅଭିଯୋଗ ଗ୍ରହଣ କରିଥିଲା। ଏଥିରୁ ୧୦୦୧ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।












Click it and Unblock the Notifications