ଅବସର ନେବେ କିମ୍ବଦନ୍ତୀ ନିବେଶକ ୱାରେନ୍ ବଫେଟ୍
କିମ୍ବଦନ୍ତୀ ନିବେଶକ ୱାରେନ୍ ବଫେଟ୍ ୯୪ ବର୍ଷ ବୟସରେ ନିଜ କମ୍ପାନି ବର୍କସାୟାର ହାଥାୱେର ସିଇଓ ପଦରୁ ଇସ୍ତଫା ଦେଇ ଅବସର ନେବାକୁ ଘୋଷଣା କରିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ସେ ପଦ ଛାଡ଼ିବେ। ତାଙ୍କ ଉତ୍ତରାଧିକାରୀ ଭାବେ କମ୍ପାନିର ଉପାଧ୍ୟକ୍ଷ ଗ୍ରେଗ୍ ଆବେଲ୍ ତାଙ୍କ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗ ସମ୍ଭାଳିବେ। କମ୍ପାନିର ବୋର୍ଡ ବୈଠକରେ ବଫେଟ୍ ଏହା ଘୋଷଣା କରିବା ବେଳେ କହିଥିଲେ ଯେ ମୁଁ ଏଭଳି ପଦକ୍ଷେପ ନେବି ବୋଲି କେହି ଜାଣିନଥିଲେ।

ଅବଶ୍ୟ କମ୍ପାନିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ନିଜର ଦୁଇ ସନ୍ତାନଙ୍କ ସହ ସେ ଏନେଇ ଆଲୋଚନା କରିଥିଲେ। ବଫେଟ୍ ଏହା ସ୍ପଷ୍ଟ କରିଛନ୍ତି ଯେ କମ୍ପାନିର କୌଣସି ଷ୍ଟକ୍ ବିକ୍ରି କରିବା ଲାଗି ସେ କୌଣସି ଯୋଜନା ରଖିନାହାନ୍ତି। ତାଙ୍କ ଦେହାନ୍ତ ପରେ ସେଗୁଡ଼ିକୁ ଦାନ କରାଯିବ। କମ୍ପାନିର ସିଇଓ ପଦରୁ ଇସ୍ତଫା ଦେବା ସହ ବଫେଙ୍କ ଦୀର୍ଘ ୬୦ ବର୍ଷର କ୍ୟାରିୟର ଶେଷ ହେବାକୁ ଯାଉଛି।












Click it and Unblock the Notifications