ଲୋକଙ୍କ ଘରେ ୩୪,୬୦୦ ଟନ୍ ସୁନା

ଭାରତୀୟମାନେ ସୁନା ପ୍ରିୟ। ‌ସୁନା କିଣିବାରେ‌ ସେମାନେ ଅବହେଳା କରନ୍ତି ନାହିଁ। ଗହଣା ଭାବେ ହେଉ କିମ୍ବା କଏନ୍ ହେଉ, ସୁନାକୁ ସେମାନେ ବିଭିନ୍ନ ରୂପରେ କିଣି ଘରେ ରଖିଛନ୍ତି। ଲୋକଙ୍କ ଘରେ ଏବେ ୩୪,୬୦୦ ଟନ୍ ସୁନା ରହିଥିବା ଆକଳନ କରାଯାଇଛି। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮୮.୮ ପ୍ରତିଶତ। ଲୋକଙ୍କ ଘରେ ଥିବା ସୁନାର ଓଜନ ୬୦୦୦ଟି ହାତୀର ଓଜନଠାରୁ ଅଧିକ।

ଏହି ସୁନାର ଦାମ୍‌ ୩.୮ ଟ୍ରିଲିୟନ୍ ଡଲାର (୩୩୭ ଲକ୍ଷ କୋଟି ଟଙ୍କାରୁ ଅଧିକ) ବୋଲି ମର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଆକଳନ କରାଯାଇଛି। ୨୦୨୩ ଜୁଲାଇରେ ଭାରତୀୟ ଲୋକଙ୍କ ଘରେ ୨୫ ହଜାର ଟନ୍ ସୁନା ଥିବ ବୋଲି ବିଶ୍ବ ସୁନା ପରିଷଦ (ଡବ୍ଲ୍ୟୁଜିସି) ଆକଳନ କରିଥିଲା। ସେହି ସଂଖ୍ୟାକୁ ଦେଖିଲେ ବର୍ତ୍ତମାନର ଗଚ୍ଛିତ ସୁନା ୯୬୦୦ ଟନ୍ ବଢ଼ିଛି।

ସୁନା ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଏବେ ରେକର୍ଡ ସ୍ତରରେ ରହିଛି। ଆଉନ୍ସ ପିଛା ଦର ୪୦୫୬ ଡଲାର ପାଖାପାଖି କାରବାର ହେଉଛି। ସେହିଭଳି ଦେଶରେ ମଧ୍ୟ ସୁନା ଦର ନୂଆ ରେକର୍ଡ କରୁଛି। ୧୦ ଗ୍ରାମ୍‌ ସୁନା ଦର ପ୍ରାୟ ୧,୨୭,୩୦୦ ଟଙ୍କା ସ୍ତରରେ ରହିଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦର ଆମେରିକୀୟ ଡଲାର ମୂଲ୍ୟରେ ୫୪.୬ ପ୍ରତିଶତ ଏବଂ ଭାରତୀୟ ଟଙ୍କା ମୂଲ୍ୟରେ ୬୧.୮ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି।

Gold

ବିଶ୍ବରେ ଭାରତ ଦ୍ବିତୀୟ ବୃହତ୍ ସୁନା ବ୍ୟବହାରକାରୀ ଦେଶ। ଭାରତରେ ସୁନା ଚାହିଦା ବିଶ୍ବ ଚାହିଦାର ପ୍ରାୟ ୨୬ ପ୍ରତିଶତ। ୨୮ ପ୍ରତିଶତ ଚାହିଦା ସହ ଚୀନ ପ୍ରଥମ ସ୍ଥାନରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ମଧ୍ୟ ସୁନା ମହଜୁଦ ପରିମାଣ ବଢ଼ିବାରେ ଲାଗିଛି। ୨୦୨୪ଠାରୁ ବର୍ତ୍ତମାନ ସୁଦ୍ଧା ରିଜର୍ଭ ବ୍ୟାଙ୍କ ସୁନା ପରିମାଣ ପ୍ରାୟ ୭୫ ଟନ୍‌ ବୃଦ୍ଧି କରିଛି। ଏହା ପାଖରେ ମୋଟ ୮୮୦ ଟନ୍‌ ସୁନା ରହିଛି। ଭାରତର ମୋଟ ବିଦେଶୀ ମୁଦ୍ରା ଭଣ୍ଡାରରେ ସୁନାର ଅଂଶ ପ୍ରାୟ ୧୪ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+