ଭାରତୀୟ ଆମ୍ବକୁ ନେଲାନି ଆମେରିକା,୫ ଲକ୍ଷ ଡଲାର କ୍ଷତି ସହିବେ .....

ବର୍ତ୍ତମାନ ଆମ୍ବର ସିଜିନ୍‌ ଚାଲିଛି। ଆଉ ବିଶ୍ବରେ ଭାରତ ଆମ୍ବ ଉତ୍ପାଦନରେ ସର୍ବାଗ୍ରେ ରହୁଥିବା ରାଷ୍ଟ୍ର। କାରଣ ଭାରତରୁ ବିଭିନ୍ନ ପ୍ରଜାତିର ଆମ୍ବ ଉତ୍ପାଦନ ହୁଏ, ବିଶ୍ବ ବଜାରରେ ମଧ୍ୟ ଭାରତୀୟ ଆମ୍ବର ବେଶ ଚାହିଦା ରହିଛି। ଆଉ ସବୁଠୁ ବଡ଼ କଥା ହେଉଛି ଭାରତରୁ ସବୁଠାରୁ ଅଧିକ ଆମ୍ବ ଆମେରିକାକୁ ରପ୍ତାନି ହୋଇଥାଏ। କିନ୍ତୁ ନିକଟରେ ଭାରତରୁ ବିମାନ ଯୋଗେ ପଠାଯାଇଥିବା ଆମ୍ବକୁ ଆମେରିକା ଫେରାଇ ଦେଇଛି।

ଆମେରିକା କର୍ତ୍ତୃପକ୍ଷ ଭାରତରୁ ଅତି କମରେ ୧୫ଟି ଆମ୍ବ ଟ୍ରିପକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ସାମଗ୍ରୀ ଆକାଶ ମାର୍ଗରେ ଆମେରିକାକୁ ପଠାଯାଇଥିଲା। ଆମେରିକା କର୍ତ୍ତୃପକ୍ଷ ରପ୍ତାନିକାରୀମାନଙ୍କୁ ଏହି କନସାଇନମେଣ୍ଟକୁ ଆମେରିକାରେ ନଷ୍ଟ କରିବାକୁ କିମ୍ବା ଏହାକୁ ପୁଣି ଥରେ ଭାରତକୁ ରପ୍ତାନି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ଆମ୍ବ ଅଧିକ ଦିନ ରହିପାରିବନି, ଏହାକୁ ଫେରାଇ ଆଣିବା ପାଇଁ ବହୁତ ଖର୍ଚ୍ଚ ହେବ, ତେଣୁ ସମସ୍ତ ରପ୍ତାନିକାରୀ ଏହାକୁ ଆମେରିକାରେ ହିଁ ନଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

mango

ଏହି ଘଟଣା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥିସହ ଅନ୍ତର୍ଜାତୀୟ ବଜାରର ମାନକ ପୂରଣ ଦିଗରେ ଅଧିକ ଯନତ୍ବାନ ହେବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଛି। ଅନେକ ଭାରତୀୟ ବ୍ୟବସାୟିକ ସଂସ୍ଥା ଭବିଷ୍ୟତରେ ଏପରି କ୍ଷତି ଏଡ଼ାଇବା ପାଇଁ ବର୍ତ୍ତମାନ ନିୟାମକ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ଉନ୍ନତ ସମନ୍ବୟ ରକ୍ଷା ଦାବି କରିଛନ୍ତି। ବିଶ୍ୱରେ ଭାରତୀୟ ଆମ୍ବର ଚାହିଦା ରହିଥିବାବେଳେ ଆମେରିକାର ଏପରି ପ୍ରତ୍ୟାଖ୍ୟାନ ଯୋଗୁ ବ୍ୟବସାୟୀମାନଙ୍କୁ ଝଟ୍‌କା ଲାଗିଛି।

ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଏରାଡିଏସନ ବା ବିକିରଣ ସମ୍ବନ୍ଧୀୟ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟାରେ ତ୍ରୁଟି ଥିଲା। ଫଳ ମଧ୍ୟରେ ଥିବା କୀଟପତଙ୍ଗକୁ ମାରିବା ଏବଂ ଏହାର ସେଲଫ ଲାଇଫ୍ ବୃଦ୍ଧି କରିବା ପାଇଁ ବିକିରଣ ଏକ ଆବଶ୍ୟକୀୟ ପ୍ରକ୍ରିୟା। ଏନେଇ ରପ୍ତାନୀକାରୀ କମ୍ପାନି କୁହନ୍ତି ଯେ ଏହି ଆମ୍ବଗୁଡ଼ିକୁ ମେ ୮ ଏବଂ ୯ ତାରିଖରେ ମୁମ୍ବାଇରେ ବିକିରଣ ପ୍ରକ୍ରିୟାରେ ପରିଣତ କରାଯାଇଥିଲା। ଏହା ସତ୍ତ୍ୱେ, ଆମେରିକାର ଲସ୍ ଆଞ୍ଜେଲସ୍, ସାନ୍ ଫ୍ରାନ୍ସିସ୍କୋ ଏବଂ ଆଟଲାଣ୍ଟା ଭଳି ବିମାନବନ୍ଦରରେ ପଠାଯାଇଥିବା ସାମଗ୍ରୀକୁ ଅଟକା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+