ଚୀନ୍‌-ଆମେରିକା ଟ୍ରେଡ୍ ୱାରରେ ପଡିଲା ପୂର୍ଣ୍ଣଛେଦ, ପରସ୍ପର ଉପରୁ କମାଇଲେ ୧୧୫% ଶୁଳ୍କ

ଆମେରିକା ଓ ଚୀନ୍ ମଧ୍ୟରେ ଶୁଳ୍କକୁ ନେଇ ଐତିହାସିକ ସହମତି ହେବା ସହ ସମଗ୍ର ବିଶ୍ବ ଉପରେ ଶୁଳ୍କ ଲଢ଼େଇର ଯେଉଁ କଳାବାଦଲ ରହିଥିଲା ତାହା ଦୂର ହୋଇଛି। ସମଗ୍ର ବିଶ୍ବର ଅର୍ଥନୀତି ଅନିଶ୍ଚିତତାରୁ ବାହାରି ସ୍ଥିରତା ଆଡ଼କୁ ଫେରିଛି। ନିରପେକ୍ଷ ସ୍ଥାନ ସ୍ବିଜରଲ୍ୟାଣ୍ଡର ଜେନେଭାରେ ଉଭୟ ଦେଶର ପ୍ରତିନିଧି ଶୁଳ୍କକୁ ନେଇ ଆଲୋଚନା କରିଥିଲେ। ଦୁଇ ଦିନ ମଧ୍ୟରେ ସେମାନଙ୍କ ଭିତରେ ସହମତି ହୋଇଛି।

ଉଭୟ ଦେଶ ପରସ୍ପର ଉପରୁ ଶୁଳ୍କରେ ୧୧୫ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। ତେବେ ୯୦ ଦିନ ପାଇଁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଆଲୋଚନା ପରେ ଆମେରିକା ଉପରେ ଚୀନ୍ ଲଗାଇଥିବା ଶୁଳ୍କ ପରିମାଣ ୧୦ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଚୀନ୍ ଉପରେ ଆମେରିକା ଲଗାଇଥିବା ଶୁଳ୍କ ୩୦ ପ୍ରତିଶତକୁ ଖସିଆସିଛି।

ଚଳିତ ବର୍ଷ ଏପ୍ରିଲ୍‌ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇବା ବେଳେ ଚୀନ୍ ଉପରେ ସର୍ବାଧିକ ୩୪ ପ୍ରତିଶତ ଟିକସ ଲଗାଇଥିଲେ ଓ ଜବାବୀ ଟିକସ ଲଗାଇଲେ ଶୁଳ୍କ ଆହୁରି ବଢ଼ିବ ବୋଲି ସେ ଧମକ ଦେଇଥିଲେ। ତାଙ୍କ କଥାକୁ ନ ଶୁଣି ଚୀନ୍ ଜବାବୀ ଶୁଳ୍କ ଲଗାଇଥିଲା।

US China

ବିଭିନ୍ନ ପର୍ଯ୍ୟାୟରେ ଶୁଳ୍କ ବଢ଼ାଇ ଚୀନ୍ ଉପରେ ଆମେରିକା ଏହାର ଶୁଳ୍କକୁ ୧୪୫ ପ୍ରତିଶତ ଓ ଆମେରିକା ଉପରେ ଚୀନ୍ ତାହାର ଶୁଳ୍କକୁ ୧୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଥିଲା। ଶୁଳ୍କ ଘୋଷଣା ପରେ ଦୁଇ ଦେଶ ମଧ୍ୟରେ ହେଉଥିବା ୬୧,୦୦୦ କୋଟି ଡଲାରର ଦ୍ବିପାକ୍ଷିକ କାରବାର ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା। ଚୀନ୍‌ରେ କଳକାରଖାନାଗୁଡ଼ିକ ଉତ୍ପାଦନକୁ କେଉଁ ସ୍ତରରେ ରଖିବେ ତାହାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+