Get Updates
Get notified of breaking news, exclusive insights, and must-see stories!

ଦେଶରେ ୩୫% ବଢିଲା UPIରେ ନେଣଦେଣ କାରବାର

ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI)ର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ୨୦୨୫ର ପ୍ରଥମାର୍ଦ୍ଧରେ UPI କାରବାର ସଂଖ୍ୟା ବାର୍ଷିକ ୩୫ ପ୍ରତିଶତ ବୃଦ୍ଧି ପାଇ ୧୦୬.୩୬ ବିଲିୟନ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ବୁଧବାର ପ୍ରକାଶିତ ୱାର୍ଲ୍ଡଲାଇନ୍ ଇଣ୍ଡିଆ ଡିଜିଟାଲ୍ ପେମେଣ୍ଟ୍ସ ରିପୋର୍ଟରୁ ଖୁଲାସା ହୋଇଛି।

ୱାର୍ଲ୍ଡଲାଇନ୍ ଇଣ୍ଡିଆ ଡିଜିଟାଲ୍ ପେମେଣ୍ଟ୍ସ ରିପୋର୍ଟରେ କୁହାଯାଇଛି ଯେ ଏହି କାରବାରର ମୂଲ୍ୟ ୧୪୩.୩୪ ଲକ୍ଷ କୋଟି ଟଙ୍କା ଥିଲା। ଯାହା ଦେଶରେ ସାଧାରଣ ଲୋକ UPIରେ ଅର୍ଥ ନେଣଦେଣ ଶୈଳୀର ଗୁରୁତ୍ତ୍ୱକୁ ବୁଝିବା ଦର୍ଶାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ପର୍ସନ-ଟୁ-ମର୍ଚାଣ୍ଟ (P2M) କାରବାର ସଂଖ୍ୟା ୩୭ ପ୍ରତିଶତ ବୃଦ୍ଧି ପାଇ ୬୭.୦୧ ବିଲିୟନ ହୋଇଛି। ଯାହାକୁ ୱାର୍ଲ୍ଡଲାଇନ୍ "କିରାଣା ଇଫେକ୍ଟ" ବୋଲି କହୁଛି। ଯେଉଁଠାରେ କ୍ଷୁଦ୍ର ଏବଂ ଅଣୁ ବ୍ୟବସାୟ ଡିଜିଟାଲ୍ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି।

ପଏଣ୍ଟ-ଅଫ୍-ସେଲ୍ (POS) ଟର୍ମିନାଲ ସଂଖ୍ୟା ୨୯ ପ୍ରତିଶତ ବୃଦ୍ଧି ପାଇ ୧୧.୨ ନିୟୁତ ହୋଇଛି। ଯେତେବେଳେ ଭାରତ QR ସଂଖ୍ୟା ୬.୭୨ ନିୟୁତ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କ୍ରେଡିଟ୍ କାର୍ଡଗୁଡ଼ିକ ଏକ ପ୍ରିମିୟମ୍ ଖର୍ଚ୍ଚ ସମାଧାନ ଭାବରେ ସାହା ହୋଇଛି। ଜାନୁଆରୀ ୨୦୨୪ରୁ ଜୁନ୍ ୨୦୨୫ ମଧ୍ୟରେ ସକ୍ରିୟ କ୍ରେଡିଟ୍ କାର୍ଡ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇ ମାସିକ ଖର୍ଚ୍ଚ ୨.୨ ଟ୍ରିଲିୟନ ଅତିକ୍ରମ କରିଛି।

UPI transactions

ଭାରତର QR-ଆଧାରିତ ପେମେଣ୍ଟ ନେଟୱାର୍କରେ ମଧ୍ୟ ଅଦ୍ଭୁତ ଅଭିବୃଦ୍ଧି ଘଟିଛି। ଜୁନ୍ ୨୦୨୫ ସୁଦ୍ଧା ଏହା ଦୁଇଗୁଣରୁ ଅଧିକ ହୋଇ ୬୭୮ ନିୟୁତ କାରବାର ହୋଇଛି। ଯାହା ଜାନୁଆରୀ ୨୦୨୪ ତୁଳନାରେ ୧୧୧ ପ୍ରତିଶତ ବୃଦ୍ଧିକୁ ପ୍ରତିନିଧିତ୍ୱ କରୁଛି।

ସେହିପରି ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ରିପୋର୍ଟ ଅନୁଯାୟୀ, ୨୦୨୫ର ପ୍ରଥମାର୍ଦ୍ଧରେ ଅର୍ଥାତ୍ ଜୁନ୍ ୩୦ ସୁଦ୍ଧା ଦେଶରେ ୧୫୭୨ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଏହା ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ପାଇଥିବା ନେଇ ରିପୋର୍ଟରେ କୁହାଯାଇଛି। ସର୍ବାଧିକ ୮୫ ପ୍ରତିଶତ ନେଣଦେଣ UPI ମାଧ୍ୟମରେ ହୋଇଥିଲା। କିନ୍ତୁ ମୋଟ କାରବାରର (ମୂଲ୍ୟ) ମାତ୍ର ୯ ପ୍ରତିଶତ ରହିଥିଲା। ଏହି ସମୟ ମଧ୍ୟରେ ହୋଇଥିବା ୦.୧ ପ୍ରତିଶତ RTGS ମୋଟ କାରବାରର ପ୍ରାୟ ୬୯ ପ୍ରତିଶତ ରହିଥିଲା।

ସେହିପରି ଅକ୍ଟୋବର ପାର୍ବଣ ଋତୁ ସମୟରେ ୟୁପିଆଇର ହାରାହାରି ଦୈନିକ ନେଣଦେଣରେ ବୃଦ୍ଧି ପାଇ ୯୬୬୩୮ କୋଟି ଟଙ୍କା ଛୁଇଁଥିଲା। ଏନପିସିଆଇ ଅନୁସାରେ ୟୁପିଆଇର ବହୁଳ ବ୍ୟବହାର ଦୀପାବଳି ଓ ଦଶହରା ସମୟରେ କିଣାବିକାର କାରଣ ରହିଥିଲା। NPCI ଅନୁଯାୟୀ ଏହି ବର୍ଷ ଧନତେରସ ଏବଂ ଦୀପାବଳି ମଧ୍ୟରେ ପ୍ରତିଦିନ ହାରାହାରି ୭୩୬.୯ ନିୟୁତ UPI କାରବାର ହୋଇଥିଲା। ଗତ ବର୍ଷ ଏହି ସମୟ ମଧ୍ୟରେ ପ୍ରତିଦିନ ୫୬୮.୪ ନିୟୁତ କାରବାର ହୋଇଥିଲା। ଚାରି ବର୍ଷ ପୂର୍ବ ତୁଳନାରେ ଏହି ସଂଖ୍ୟା ତିନିଗୁଣ ବୃଦ୍ଧି ପାଇଛି। ୨୦୨୨ରେ ଏହି ତିନି ଦିନରେ ପ୍ରତିଦିନ ୨୪୫.୪ ନିୟୁତ କାରବାର ହୋଇଥିଲା, ଯାହା ୨୦୨୩ ତୁଳନାରେ ୪୨୦.୫ ନିୟୁତକୁ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+