ଆପଣ ୟୁପିଆଇ ବ୍ୟବହାର କରୁଛନ୍ତି କି, ଥରେ ପଢ଼ି ନିଅନ୍ତୁ ଏହି ଖବର, ନଚେତ୍...
ନୂଆଦିଲ୍ଲୀ: ୟୁପିଆଇ ଆରମ୍ଭ ହେବା ପରେ ଦେଶର ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଆଜି, ଛୋଟ ବିକ୍ରେତା ଠାରୁ ଆରମ୍ଭ କରି ବଡ ଇ-କମର୍ସ କମ୍ପାନୀଗୁଡିକ ୟୁପିଆଇ ନେଟୱାର୍କ ସହିତ ସଂଯୁକ୍ତ । ପ୍ରତିବର୍ଷ ୟୁପିଆଇ ମାଧ୍ୟମରେ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରୁଛି । ଆଜିର ଦିନରେ ୟୁପିଆଇ ବା ଡିଜିଟାଲ ପେମେଣ୍ଟ ଚାହିଦା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି । ଶିକ୍ଷାଗତ ଯୋଗ୍ୟତା ନ ଥିଲେ ମଧ୍ୟ ସମସ୍ତେ ୟୁପିଆଇ ବ୍ୟବହାର କରୁଛନ୍ତି ।
କାରଣ ସଉଦା କିଣିବା ଦୋକନ ହେଉ କିମ୍ବା ପରିବା ଦୋକାନ ହେଉ ସବୁଠାରେ ଏହି ୟୁପିଆଇ ଦ୍ୱାରା ଟଙ୍କା ପଠାଇବା ଅତି ସହଜ ହୋଇଯାଇଛି । କେବଳ ଏକ କ୍ୟୁଆର କୋଡକୁ ସ୍କାନ କରି ଅତି ସହଜରେ ପେମେଣ୍ଟ କରି ହେଉଛି । ତେବେ ଏହି ଅନଲାଇନ ନେଣଦେଣ ବଢ଼ିବା ଯୋଗୁଁ ସାଇବର ଠକେଇ ମଧ୍ୟ ବଢ଼ିବାରେ ଲାଗିଛି । ଯଦି ଆପଣ କୌଣସିବି ପେମେଣ୍ଟ ଆପ୍ ବ୍ୟବହାର କରୁଛନ୍ତି । ତାହେଲେ ତଳେ ଦିଆଯାଇଥିବା ୫ଟି କଥାର ଧ୍ୟାନ ଆପଣଙ୍କୁ ରଖୁବାକୁ ପଡ଼ିବ ।
ନହେଲେ ଆପଣ ଠକାମୀର ଶିକାର ହୋଇପାରନ୍ତି । କେବେବି ୟୁପିଆଇ ଆଡ୍ରେସ କାହାରିକୁ ସେୟାର କରନ୍ତୁ ନାହିଁ । କାରଣ ୟୁପିଆଇ ଆଇଡି ବା ଆଡ୍ରେସ୍ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥାଏ । ଯଦି ଆପଣଙ୍କୁ କେହି କଲ କରି ୟୁପିଆଇ ସମ୍ବନ୍ଧୀୟ ତଥ୍ୟ ମାଗେ ତାହେଲେ ତୁରନ୍ତ ତାଙ୍କୁ ବ୍ଲକ କରନ୍ତୁ । ବ୍ୟବହାର କରୁଥିବା ପେମେଣ୍ଟ ଆପ୍ ପାଇଁ ଏକ ମଜବୁତ୍ ସ୍କ୍ରିନ୍ ଲକ ସେଟ୍ କରନ୍ତୁ । ଧ୍ୟାନ ରଖନ୍ତୁ ଏହା ଆପଣଙ୍କ ଜନ୍ମ ଦିନ, ବର୍ଷ, ମୋବାଇଲ ନମ୍ବର କିମ୍ବା କୌଣସି ଅନ୍ୟ ନମ୍ବର ହୋଇନଥିବା ଦରକାର । ଏହା ସହ ଆପଣଙ୍କୁ ଆପଣଙ୍କ ପିନ୍ ମଧ୍ୟ କାହା ସହ ସେୟାର କରନ୍ତୁ ନାହିଁ, ଏବଂ ଯଦି ଆପଣଙ୍କୁ ଲାଗୁଛି କେହି ଆପଣଙ୍କ ପିନ କୁ ଦେଖୁଛନ୍ତି ତେବେ ଏହାକୁ ସଙ୍ଗେ ସଙ୍ଗେ ପରିବର୍ତନ କରନ୍ତୁ । ୟୁପିଆଇ ପିନ୍ ଏଣ୍ଟ୍ରି କରିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ ।

ଯଦି ଆପଣ ୟୁପିଆଇ ବ୍ୟବହାର କରୁଛନ୍ତି ତେବେ ଫୋନକୁ ଆସିଥିବା କୌଣସି ବି ଅଜଣା ଲିଙ୍କ ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଫେକ୍ କଲ ଉଠାନ୍ତୁ ନାହଁ । ଗୋଟିଏରୁ ଅଧିକ ୟୁପିଆଇ ଆପ୍ ବ୍ୟବହାର କରନ୍ତୁ ନାହିଁ । କୌଣସି ଗୋଟିଏ ୟୁପିଆଇ ଆପ୍ ବ୍ୟବହାର କରିବା ଭଲ । ୟୁପିଆଇ ଆପ କୁ ନିୟମିତ ଭାବରେ ଅପଡେଟ୍ ରଖନ୍ତୁ । ଅବଶ୍ୟ ଏହା ଅଟୋମେଟିକ୍ ଭାବରେ ଅପଡେଟ ହୋଇଯାଇଥାଏ ।
ୟୁପିଆଇର ନୂଆ ଭର୍ସନନକୁ ଅପଡେଟ କରିବା ଭଲ ୟୁପିଆଇ ଅଧିକ ସୁବିଧା ପ୍ରଦାନ କରିଥାଏ । ଆପ୍ କୁ ଲେଟେଷ୍ଟ ଭର୍ଜନରେ ଅପଗ୍ରେଡ କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଟ ମଧ୍ୟ ସୁରକ୍ଷିତ ରହିଥାଏ । ୟୁପିଆଇ ବ୍ୟବହାର କରିବାବେଳେ, ଆପଣ ସମୟ ସମୟରେ ଏହାର ପିନ୍ ପରିବର୍ତ୍ତନ କରିବା ଉଚିତ୍ । ଏହା କରିବା ଦ୍ୱାରା, ଠକାମି ହେବାର ସମ୍ଭାବନା କମିଯାଇଥାଏ ।












Click it and Unblock the Notifications