ଏଣିକି ବା‌ୟୋମେଟ୍ରିକ୍‌ରେ ହେବ UPI ପେମେଣ୍ଟ୍‌!

ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (UPI) ଜରିଆରେ ପେମେଣ୍ଟ୍‌ କରିବା ଲାଗି ପିନ୍ ଦେବା ନିହାତି ଜରୁରି ହେବନାହିଁ। ବାୟୋମେଟ୍ରିକ୍ ଜରିଆରେ ପେମେଣ୍ଟ୍‌ କରିହେବ। ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଆଣିବାକୁ ଯାଉଛି। ଫଳରେ ପିନ୍‌କୁ ସର୍ବଦା ମନେ ରଖିବାର ଆବଶ୍ୟକତା ଦୂର ହେବ। ନିରକ୍ଷରମାନେ ମଧ୍ୟ ସୁବିଧାରେ ଏହି ବ୍ୟବସ୍ଥାକୁ ବ୍ୟବହାର କରିପାରିବେ। ଚେହେରା ଓ ଟିପଚିହ୍ନ ଭଳି ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ୟୁପିଆଇ ପେମେଣ୍ଟ୍‌ କରିହେବ।

UPI payments

ୟୁପିଆଇ ପେମେଣ୍ଟ୍‌ରେ ବାୟୋମେଟ୍ରିକ୍ ତଥ୍ୟ ବ୍ୟବହାର କରିବା ସଂକ୍ରାନ୍ତରେ ଏନ୍‌ସିପିଆଇ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଖୁବ୍‌ଶୀଘ୍ର ଏନ୍‌ପିସିଆଇ ତରଫରୁ ଏହାକୁ ଲାଗୁ କରିବା ତାରିଖ ଘୋଷଣା କରାଯିବ। ଏହି ନୂଆ ବ୍ୟବସ୍ଥା ୟୁପିଆଇ ପେମେଣ୍ଟ୍‌କୁ ଅଧିକ ସରଳ, ସୁରକ୍ଷିତ ଓ ବ୍ୟବହାରକାରୀ ମିତବ୍ୟୟୀ କରିବ।

ନୂଆ ବ୍ୟବସ୍ଥାରେ ପିନ୍ ଦାଖଲ କରିବା ବାଧ୍ୟତାମୂଳକ ରହିବ ନାହିଁ। କୌଣସି ଏକ ସମୟରେ ପିନ୍ ଭୁଲିଯିବା କାରଣରୁ ଆଉ ‌ପେମେଣ୍ଟ୍‌ ଅଟକିବ ନାହିଁ। ୟୁପିଆଇ ପିନ୍ ସୃଷ୍ଟି କରିବା ଲାଗି ମଧ୍ୟ ୱାନ୍ ଟାଇମ୍ ପାସ୍‌ୱାର୍ଡ (OTP) ଦରକାର ପଡ଼ିବ ନାହିଁ। ଟିପଚିହ୍ନ କିମ୍ବା ଚେହେରାକୁ ସ୍କାନ କରି ସେହି କାମ କରିହେବ। ୟୁପିଆଇ ଜରିଆରେ ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ମଧ୍ୟ ବାୟୋମେଟ୍ରିକ୍ ବ୍ୟବସ୍ଥା ବ୍ୟବହାର କରିହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+