Get Updates
Get notified of breaking news, exclusive insights, and must-see stories!

ଏଣିକି ୨ ହଜାରରୁ ଅଧିକ ଟଙ୍କା ଟ୍ରାନଞ୍ଜାକ୍ସନ କଲେ ଦେବାକୁ ହେବ ଏକ୍ସଟ୍ରା ଚାର୍ଜ !

UPI Payment

UPI Payment Expensive: ଏଣିକି ମହଙ୍ଗା ହୋଇପାରେ ୟୁପିଆଇ ପେମେଣ୍ଟ (UPI Payment) । ଏପ୍ରିଲ ୧ରୁ ଲାଗିପାରେ ନୂଆ ନିୟମ । ଏଣିକି ୨ ହଜାରରୁ ଅଧିକ ଟଙ୍କା ୟୁପିଆଇ ଟ୍ରାନଞ୍ଜାକ୍ସନ (UPI Transaction) କଲେ ଦେବାକୁ ପଡିପାରେ ଏକ୍ସଟ୍ରା ଚାର୍ଜ ।

ଫୋନ୍ ପେ' (Phone Pay), ଗୁଗୁଲ ପେ' (Google Pay) ଆଉ ପେଟିଏମ୍ (Paytm) ଭଳି ସମସ୍ତ ଆପରେ ଆପଣ ଯଦି ୨ ହଜାରରୁ ଅଧିକ ଟଙ୍କା ଟ୍ରାନଞ୍ଜାକ୍ସନ କରୁଛନ୍ତି । ତେବେ ଆପଣଙ୍କୁ ଗଣିବାକୁ ପଡିପାରେ ଅଧିକ ଟଙ୍କା । ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(NPCI) UPI ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି । ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି।

ତେବେ ଏହି ପିପିଆଇ ଚାର୍ଜ ହେଉଛି ଏକପ୍ରକାରର ଅତିରିକ୍ତ ଚାର୍ଜ । ଯାହା ଏବେ ୟୁଜର୍ସମାନଙ୍କୁ ୟୁପିଆଇ ପେମେଣ୍ଟ ବେଳେ ଦେବାକୁ ପଡିବ । ମଙ୍ଗଳବାର ଜାରି ହୋଇଥିବା ଏହି ସର୍କୁଲାର ଅନୁସାରେ ୨ ହଜାରରୁ ଅଧିକ ଟଙ୍କା ଟ୍ରାଞ୍ଜାକ୍ସନରେ ୦.୫-୧.୧% ଚାର୍ଜ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଅର୍ଥାତ୍ ସରଳ ଭାଷାରେ କହିଲେ, ଆପଣ ଯଦି ଏପ୍ରିଲ ୧ ତାରିଖ ପରେ ୨ ହଜାର ଟଙ୍କାରୁ ଅଧିକ ଟଙ୍କାର କୌଣସି ୟୁପିଆଇ ପେମେଣ୍ଟ କରୁଛନ୍ତି । ତେବେ ଆପଣଙ୍କୁ ୧.୧ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡିପାରେ । ବର୍ତ୍ତମାନ ସମୟରେ ହେଉଥିବା ୟୁପିଆଇ ପେମେଣ୍ଟର ଅଧିକାଂଶ ନେଣଦେଣ ଦୁଇ ହଜାର ଟଙ୍କାରୁ ଉପରେ ରହୁଛି । ପାଖାପାଖି ୭୦% ୟୁପିଆଇ ପିୟର-ଟୁ-ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ୨ ହଜାରରୁ ଅଧିକ ଟଙ୍କା UPI ଜରିଆରେ ହୋଇଥାଏ । ଫୋନ୍ ପେ, ଗୁଗୁଲ ପେ ଆଉ ପେଟିଏମ୍ ଭଳି ଆପରେ ବର୍ତମାନ ୟୁପିଆଇ ପେମେଣ୍ଟ କଲେ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ ପଡି ନଥାଏ । ହେଲେ ଏବେ ଏହି ଟ୍ରାଞ୍ଜାକ୍ସନ ଉପରେ ୦.୫ରୁ ୧.୧% ଚାର୍ଜ ଲାଗିପାରେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+