ଅଚଳ ହେଲା ୨୦୦୦ ଟଙ୍କିଆ ନୋଟ୍:ଜାଣନ୍ତୁ ଏବେ କ'ଣ କରିବେ
Two Thousand Note Ban: ୨୦୦୦ ଟଙ୍କିଆ ନୋଟ୍ ଅଚଳ ହେବା ନେଇ ଘୋଷଣା କରିଛି ଆରବିଆଇ । ଆଗକୁ ଆଉ ଚଳିବନି ୨୦୦୦ ଟଙ୍କିଆ ନୋଟ୍ । ଆସନ୍ତା ସେପ୍ଟେମ୍ବର ୩୦ ଯାଏ ଏହାର ସମୟ ସୀମା ରହିଛି ।
ପାଖରେ ଥିବା ୨୦୦୦ ଟଙ୍କିଆକୁ କ'ଣ କରିବେ
ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି ତେବେ ସେପପ୍ଟେମ୍ବର ୩୦ ମଧ୍ୟରେ ନିଜ ବ୍ୟାଙ୍କ ଖାତାରେ ଜମା କରି ପାରିବେ । ନଚେତ୍ ବ୍ୟାଙ୍କରେ ବଦଳାଇ ଅନ୍ୟ ନୋଟ୍ ମଧ୍ୟ ନେଇପାରିବେ । ସୂଚନା ଅନୁସାରେ, ଲୋକମାନେ ଥରକରେ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳାଇପାରିବେ ।

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନାହିଁ ତେବେ କ'ଣ କରିବେ
ପ୍ରତ୍ୟେକ ବ୍ୟାଙ୍କରେ ଆପଣ ନିଜ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସମ୍ପୁର୍ଣ୍ଣ ମାଗଣାରେ ବଦଳାଇ ପାରିବେ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କେବେଠୁ ଆରମ୍ଭ ହେବ ପ୍ରକ୍ରିୟା
ଆରବିଆଇ ଦେଇଥିବା ସୂଚନା ଅନୁସାରେ, ମେ' ୨୩ରୁ ବ୍ୟାଙ୍କମାନଙ୍କରେ ୨ ହଜାର ଟଙ୍କିଆ ବଦଳାଇ ହେବ । ଆସନ୍ତା ସେପ୍ଟେମ୍ବର ୩୦ ଯାହାର ଶେଷ ତାରିଖ ରହିଛି ।












Click it and Unblock the Notifications