For Quick Alerts
Turn On Notification  
For Daily Alerts
Oneindia App Download

ଏଲନ ମସ୍କଙ୍କ ବଡ଼ ଘୋଷଣା, ଟ୍ୱିଟର ବ୍ୟବହାରକାରୀଙ୍କୁ ଦେବାକୁ ହେବ ଦେୟ

ମସ୍କ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ 'ଆଗାମୀ ସମୟରେ ଲୋକମାନେ ଟ୍ୱିଟରକୁ ମାଗଣାରେ ବ୍ୟବହାର କରିପାରିବେ ନାହିଁ, ଏନେଇ ସେମାନଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ହେବ ।'

By ଶ୍ରୀମୟୀ ସମାପିକା
|

ନ୍ୟୁୟର୍କ : ଟ୍ୱିଟର କିଣିବା ପରେ ଏଲନ୍ ମସ୍କ ଏହାର ପରିଚାଳନାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ପାରନ୍ତି । ସେ ଟ୍ୱିଟରର ବର୍ତ୍ତମାନର ସିଇଓ ପାରାଗ ଅଗ୍ରୱାଲ ଓ ପଲିସି ହେଡ ବିଜୟ ଗାଡ୍ଡେ ଙ୍କୁ ବାହାରର ରାସ୍ତା ଦେଖାଇ ପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ଚାଲିଛି । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମସ୍କ କମ୍ପାନୀରେ ଅନେକ ବଡ ପରିବର୍ତ୍ତନ କରିବାକୁ ଚାହୁଁଥିବା ଉଲ୍ଲେଖ ରହିଛି ।

Elon Musk- twitter

ମସ୍କଙ୍କ ଅନେକ ମଜାଳିଆ ଟ୍ୱିଟ୍ କୁ ନେଇ ମିମ୍ ମଧ୍ୟ ତିଆରି ହୋଇଛି, କିନ୍ତୁ ବର୍ତ୍ତମାନ ସେ କରିଥିବା ଟ୍ୱିଟ୍ ଉପଭୋକ୍ତାଙ୍କୁ ଚକିତ କରିଛି । ମସ୍କ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ 'ଆଗାମୀ ସମୟରେ ଲୋକମାନେ ଟ୍ୱିଟରକୁ ମାଗଣାରେ ବ୍ୟବହାର କରିପାରିବେ ନାହିଁ, ଏନେଇ ସେମାନଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ହେବ । କିନ୍ତୁ, 'କାଜୁଆଲ୍ ୟୁଜର୍ସ ଏହାକୁ ମାଗଣାରେ ବ୍ୟବହାର କରିବେ କିନ୍ତୁ ବର୍ତ୍ତମାନ ଟ୍ୱିଟର ବ୍ୟବସାୟିକ ଏବଂ ସରକାରୀ ବ୍ୟବହାରକାରୀଙ୍କଠାରୁ ଚାର୍ଜ କରିବ' ବୋଲି ମସ୍କ୍ ମତ ରଖିଛନ୍ତି । ଗତ ସପ୍ତାହରେ 44 ବିଲିୟନ ଡଲାରରେ ଟ୍ୱିଟରକୁ କିଣି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲେ ଏଲନ ମସ୍କ ।

ଟ୍ୱିଟରର ନୂତନ ମାଲିକ ହେବା ପରେ ମସ୍କ କହିଥିଲେ ଯେ, ଟ୍ୱିଟର ପ୍ରତ୍ୟେକ ପରିସ୍ଥିତିରେ ରାଜନୈତିକ ନିରପେକ୍ଷ ହେବା ଆବଶ୍ୟକ । ତେଣୁ ଆଗାମୀ ଦିନରେ ଆପଣ ଏଥିରେ ଅନେକ ବଡ଼ ପରିବର୍ତ୍ତନ ଦେଖିବେ । ସେ ଟ୍ୱିଟରରେ ମୁକ୍ତ-ବକ୍ତବ୍ୟକୁ ସମର୍ଥନ କରିଥିଲେ ଏବଂ କହିଥିଲେ ଯେ ଟ୍ୱିଟରର ବାର୍ତ୍ତା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହେବା ଉଚିତ ଯାହା ଦ୍ୱାରା କେହି ତଥ୍ୟ ହ୍ୟାକ କରିପାରିବେ ନାହିଁ । ଏଥିସହ ଟ୍ୱିଟରରେ ଏକ ଏଡିଟ୍ ବଟନ୍ ଆଣିବାକୁ ମଧ୍ୟ ସେ ଘୋଷଣା କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Twitter May Charge Slight For Commercial And Government Users
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X