ଏଲନ ମସ୍କଙ୍କ ବଡ଼ ଘୋଷଣା, ଟ୍ୱିଟର ବ୍ୟବହାରକାରୀଙ୍କୁ ଦେବାକୁ ହେବ ଦେୟ

ମସ୍କ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ 'ଆଗାମୀ ସମୟରେ ଲୋକମାନେ ଟ୍ୱିଟରକୁ ମାଗଣାରେ ବ୍ୟବହାର କରିପାରିବେ ନାହିଁ, ଏନେଇ ସେମାନଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ହେବ ।'

ନ୍ୟୁୟର୍କ : ଟ୍ୱିଟର କିଣିବା ପରେ ଏଲନ୍ ମସ୍କ ଏହାର ପରିଚାଳନାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ପାରନ୍ତି । ସେ ଟ୍ୱିଟରର ବର୍ତ୍ତମାନର ସିଇଓ ପାରାଗ ଅଗ୍ରୱାଲ ଓ ପଲିସି ହେଡ ବିଜୟ ଗାଡ୍ଡେ ଙ୍କୁ ବାହାରର ରାସ୍ତା ଦେଖାଇ ପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ଚାଲିଛି । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମସ୍କ କମ୍ପାନୀରେ ଅନେକ ବଡ ପରିବର୍ତ୍ତନ କରିବାକୁ ଚାହୁଁଥିବା ଉଲ୍ଲେଖ ରହିଛି ।

Elon Musk- twitter

ମସ୍କଙ୍କ ଅନେକ ମଜାଳିଆ ଟ୍ୱିଟ୍ କୁ ନେଇ ମିମ୍ ମଧ୍ୟ ତିଆରି ହୋଇଛି, କିନ୍ତୁ ବର୍ତ୍ତମାନ ସେ କରିଥିବା ଟ୍ୱିଟ୍ ଉପଭୋକ୍ତାଙ୍କୁ ଚକିତ କରିଛି । ମସ୍କ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ 'ଆଗାମୀ ସମୟରେ ଲୋକମାନେ ଟ୍ୱିଟରକୁ ମାଗଣାରେ ବ୍ୟବହାର କରିପାରିବେ ନାହିଁ, ଏନେଇ ସେମାନଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ହେବ । କିନ୍ତୁ, 'କାଜୁଆଲ୍ ୟୁଜର୍ସ ଏହାକୁ ମାଗଣାରେ ବ୍ୟବହାର କରିବେ କିନ୍ତୁ ବର୍ତ୍ତମାନ ଟ୍ୱିଟର ବ୍ୟବସାୟିକ ଏବଂ ସରକାରୀ ବ୍ୟବହାରକାରୀଙ୍କଠାରୁ ଚାର୍ଜ କରିବ' ବୋଲି ମସ୍କ୍ ମତ ରଖିଛନ୍ତି । ଗତ ସପ୍ତାହରେ 44 ବିଲିୟନ ଡଲାରରେ ଟ୍ୱିଟରକୁ କିଣି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲେ ଏଲନ ମସ୍କ ।

ଟ୍ୱିଟରର ନୂତନ ମାଲିକ ହେବା ପରେ ମସ୍କ କହିଥିଲେ ଯେ, ଟ୍ୱିଟର ପ୍ରତ୍ୟେକ ପରିସ୍ଥିତିରେ ରାଜନୈତିକ ନିରପେକ୍ଷ ହେବା ଆବଶ୍ୟକ । ତେଣୁ ଆଗାମୀ ଦିନରେ ଆପଣ ଏଥିରେ ଅନେକ ବଡ଼ ପରିବର୍ତ୍ତନ ଦେଖିବେ । ସେ ଟ୍ୱିଟରରେ ମୁକ୍ତ-ବକ୍ତବ୍ୟକୁ ସମର୍ଥନ କରିଥିଲେ ଏବଂ କହିଥିଲେ ଯେ ଟ୍ୱିଟରର ବାର୍ତ୍ତା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହେବା ଉଚିତ ଯାହା ଦ୍ୱାରା କେହି ତଥ୍ୟ ହ୍ୟାକ କରିପାରିବେ ନାହିଁ । ଏଥିସହ ଟ୍ୱିଟରରେ ଏକ ଏଡିଟ୍ ବଟନ୍ ଆଣିବାକୁ ମଧ୍ୟ ସେ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+