ଭାରତ ପରେ ନାଟୋ ଦେଶକୁ ଟ୍ରମ୍ପ କହିଲେ .....
ଭାରତର ନିରବ କୂଟନୀତି କାମ ଦେଇଛି। ୫୦ ପ୍ରତିଶତ ଟାରିଫ ଲଗାଇଥିବା ଆମେରିକା ଏବେ ବିଶ୍ୱ ସମୁଦାୟରେ ଏକା ପଡ଼ିଯିବା ପରେ ମନେ ହେଉଛି। ତେଣୁ ଭାରତ ଉପରେ ଟ୍ରମ୍ପ ଲଗାଇଥିବା ଟାରିଫ ପାଇଁ ସେ ଏବେ ୟୁରୋପିୟନ ୟୁନିୟନକୁ ଦୋଷ ଦେଉଛନ୍ତି। ହେଲେ ଇୟୁ କିନ୍ତୁ ଭାରତ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଗକୁ ବଢ଼ୁଛି। ତେଣୁ ତ୍ରିଶଙ୍କୁ ଅବସ୍ଥାରେ ଝୁଲୁଥିବା ଟ୍ରମ୍ପ ଏବେ ଔଷଧର ରାଗରେ ତାଟିଆ କାମୁଡ଼ିବା ପରି ବୟାନ ଦେଉଛନ୍ତି। ଋଷ ଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବାକୁ ସେ ଜି-୭ ଦେଶ ଓ ନାଟୋ ଦେଶକୁ ଆହ୍ୱାନ ଦେଇଛନ୍ତି। ବିଜନେଶ ବିଶେଷରେ ପଢ଼ନ୍ତୁ ରିପୋର୍ଟ ବୁମେରାଂ ହେଲା ଟ୍ରମ୍ପ ଟାରିଫ।
ସାମାଜିକ ଗଣମାଧ୍ୟମ ଟ୍ରୁଥ ସୋସିଆଲ୍ରେ ଶନିବାର ଟ୍ରମ୍ପ ଲେଖିଛନ୍ତି, ନାଟୋ ସଦସ୍ୟମାନେ ରୁଷ୍ଠାରୁ ତେଲ କିଣିବା ତାଙ୍କୁ ଚକିତ କରିଛି। ନାଟୋ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ରୁଷ୍ ପ୍ରସଙ୍ଗରେ ଏହା ସେମାନଙ୍କର ମୂଲଚାଲ ଶକ୍ତିକୁ ଦୁର୍ବଳ କରିଦେଉଛି। ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ନାଟୋ ସଦସ୍ୟମାନଙ୍କ ପ୍ରତିବଦ୍ଧତା ୧୦୦ ପ୍ରତିଶତରୁ କମିଯାଉଛି।

ସେ ଏହା ମଧ୍ୟ କହିଛନ୍ତି, ରୁଷ୍ ଉପରେ ଚୀନର ଭଲ ନିୟନ୍ତ୍ରଣ ରହିଛି। ସେ ଲଗାଇବାକୁ ଥିବା ଶୁଳ୍କ ସେହି ନିୟନ୍ତ୍ରଣ ଓ ସଂପର୍କକୁ ଭାଙ୍ଗିବ। ସେହିଭଳି ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ସେ ତାଙ୍କ ଦେଶର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ଏହା ଟ୍ରମ୍ପଙ୍କ ଯୁଦ୍ଧ ନୁହେଁ। ଯଦି ଟ୍ରମ୍ପ ରାଷ୍ଟ୍ରପତି ଥା'ନ୍ତେ ଏହି ଯୁଦ୍ଧ କଦାପି ଆରମ୍ଭ ହୋଇ ନଥା'ନ୍ତା।
ଏହା ବାଇଡେନ ଏବଂ ଜେଲେନସ୍କିଙ୍କ ଯୁଦ୍ଧ ବୋଲି ସେ କହିଛନ୍ତି। ନାଟୋ ସଦସ୍ୟମାନଙ୍କୁ ଟ୍ରମ୍ପ୍ କହିଛନ୍ତି, ଶୀଘ୍ର ଯୁଦ୍ଧ ବନ୍ଦ ହେବ ଏବଂ ବଞ୍ଚିଥିବା ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ! ଯଦି ଏହା ହେବ ନାହିଁ ତା'ହେଲେ ତୁମେମାନେ କେବଳ ମୋର ସମୟ ଓ ଶକ୍ତି ଏବଂ ଆମେରିକାର ଅର୍ଥ ନଷ୍ଟ କରୁଛ।












Click it and Unblock the Notifications