ଟ୍ରମ୍ପଙ୍କ ଶୁଳ୍କ ଭାରତର ଅର୍ଥନୀତିକୁ କମ୍ .... ଏହି ଅଭିଜ୍ଞଙ୍କ ଚେତାବନୀ
ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୦.୫୦ ପ୍ରତିଶତ କମ୍ ହେବ ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି ଅନନ୍ତ ନାଗେଶ୍ବରନ ଆକଳନ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମେରିକା ଲଗାଇଥିବା ଟିକସ ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରହିବ। ତାହାର ପ୍ରଭାବ ଜିଡିପି ଉପରେ ୦.୫-୦.୬ ପ୍ରତିଶତ ମଧ୍ୟରେ ରହିବ।
ଯଦି ଆସନ୍ତା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଶୁଳ୍କ ବଜାୟ ରହିବ ତେବେ ଅର୍ଥନୀତି ପ୍ରତି ତାହା ବଡ଼ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି।ଗତ ଅଗଷ୍ଟ ୨୭ରେ ଭାରତ ଉପରେ ଆମେରିକା ଲଗାଇଥିବା ଶୁଳ୍କ ୫୦ ପ୍ରତିଶତ ହୋଇଯାଇଥିଲା। ଏହା ଦ୍ବାରା ବୟନ ଓ ଗହଣା ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛି।

ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆର୍ଆଇ) ଆକଳନ ଅନୁସାରେ ଚଢ଼ା ଶୁଳ୍କ ଭାରତର ୫.୪ ଲକ୍ଷ କୋଟି ଟଙ୍କାର ରପ୍ତାନିକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଆମେରିକାରେ ଭାରତୀୟ କପଡ଼ା, ଗହଣା, ଆସବାବପତ୍ର ଓ ସିଫୁଡ୍ ମହଙ୍ଗା ହୋଇଯିବ।












Click it and Unblock the Notifications