କମିଲା ଟମାଟୋ ଦର: ଏହି ସବୁ ସ୍ଥାନରେ ଶସ୍ତାରେ ବିକ୍ରି ହେଲା ଟମାଟୋ
ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଅତ୍ୟନ୍ତ ବିରକ୍ତ ହେଉଥିଲେ । ଏହି ସମୟରେ ସମଗ୍ର ଦେଶରେ ବୃଦ୍ଧି ପାଉଥିବା ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ତେବେ ଗତକିଛି ଦିନ ହେବ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହାର ମୂଲ୍ୟ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଛି । ମହଙ୍ଗା ବଜାରକୁ ନେଇ କେନ୍ଦ୍ର ସରକାର ଅନେକ ସମାଲୋଚିତ ହେବା ପରେ ନିକଟରେ ଗ୍ରାହକ ବ୍ୟାପାର ମନ୍ତ୍ରମାଳୟ ଦର ୯୦ ଟଙ୍କାକୁ ହ୍ରାସ କରିଥିଲେ । ଆଉ ଏବେ ପୁଣିଥରେ ମୂଲ୍ୟ ହ୍ରାସ କରିଛି ମନ୍ତ୍ରାଳୟ ।

ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ନ୍ୟାସ୍ନାଲ କଞ୍ଜ୍ୟୁମର କୋଅପରେଟିଭ୍ ଫେଡେରେସନ୍ ଟମାଟୋକ ମୂଲ୍ୟ ହ୍ରାସ କରିଛି । ବର୍ତ୍ତମାନ ଟମାଟୋ ଉପରେ ସରକାରୀ ମୂଲ୍ୟ କେଜି ପ୍ରତି ୯୦ ଟଙ୍କା ଥିଲା। ଏଥିରେ ଆଉ ୧୦ ଟଙ୍କା କମ କରି ଏବେ ୮୦ ଟଙ୍କାରେ ବିକ୍ରି ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେଣୁ ଗତକାଲିଠାରୁ ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ, କାନପୁର, ବାରଣାସୀ, ପାଟନା, ମୁଜାଫରପୁର ଏବଂ ଆରାର ବିଭିନ୍ନ ପଏଣ୍ଟରେ NAFED ଏବଂ NCCF ମାଧ୍ୟମରେ ଟମାଟୋ ଶସ୍ତାରେ ବିକ୍ରି ହେବା ଆରମ୍ଭ ହୋଇଛି । ସେହିପରି ଆଜିଠାରୁ ଦେଶର ଅନ୍ୟାନ୍ୟ ସ୍ଥାନଗୁଡିକରେ ବଜାର ମୂଲ୍ୟ ଉପରେ ଆଧାର କରି ଏହାକୁ ଅଧିକ ସହରକୁ ବିସ୍ତାର କରାଯିବ ।
କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଟମାଟୋ କିଣିବା ପରେ ଏନସିସିଏଫ୍ ଗ୍ରାହକଙ୍କୁ କିଲୋଗ୍ରାମ ପିଛା ୮୦ ଟଙ୍କାରେ ସିଧାସଳଖ ଟମାଟୋ ବିକ୍ରି କରୁଛି । ୫୦୦ ଜାଗାରେ ସରକାର ଟମାଟୋକୁ ୮୦ ଟଙ୍କାରି ବିକ୍ରି କରୁଛନ୍ତି । ସାଧାରଣ ଲୋକଙ୍କୁ ଆରାମ ଦେବା ପାଇଁ ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ହ୍ରାସ ହାର ସହିତ ଟମାଟୋ ବଣ୍ଟନ କରାଯିବ।












Click it and Unblock the Notifications