ଖୁବ୍ ଶୀଘ୍ର ଉପଲବ୍ଧ ହେବ ହ୍ବାଟସଆପର ନୂଆ ଫିଚର
ୟୁଜରଙ୍କ ପାଇଁ ଖୁବ୍ ଶୀଘ୍ର ହ୍ବାଟସଆପରେ ଉପଲବ୍ଧ ହେବ ନୂଆ ଫିଚର । ୟୁଜର ମାନଙ୍କୁ ମିଳିବ ମିସ୍ଡ କଲ ଆଲର୍ଟ । ବିଶେଷ କରି ବିଜନେସ ୟୁଜରଙ୍କ ପାଇଁ ଏହି ଫିଚର ବେଶ୍ ସାହଯ୍ୟକାରୀ ହେବ । ଏବେ IOSରେ ଉପଲବ୍ଧ କରାଯିବ ଏହି ନୂଆ ଫିଚର । ବାକି ୟୁଜରଙ୍କ ପାଇଁ ମଧ୍ୟ ପରବର
ନୂଆଦିଲ୍ଲୀ: ୟୁଜରଙ୍କ ପାଇଁ ଖୁବ୍ ଶୀଘ୍ର ହ୍ବାଟସଆପରେ ଉପଲବ୍ଧ ହେବ ନୂଆ ଫିଚର । ୟୁଜର ମାନଙ୍କୁ ମିଳିବ ମିସ୍ଡ କଲ ଆଲର୍ଟ । ବିଶେଷ କରି ବିଜନେସ ୟୁଜରଙ୍କ ପାଇଁ ଏହି ଫିଚର ବେଶ୍ ସାହଯ୍ୟକାରୀ ହେବ । ଏବେ IOSରେ ଉପଲବ୍ଧ କରାଯିବ ଏହି ନୂଆ ଫିଚର । ବାକି ୟୁଜରଙ୍କ ପାଇଁ ମଧ୍ୟ ପରବର୍ତ୍ତୀ ସମୟରେ ଉପଲବ୍ଧ ହେବ ଏହି ସୁବିଧା ।

ମିସ୍ଡ କଲ୍ ଆଲଟର୍ ଫିଚର କେବଳ ସେତେବେଳେ କାମ କରିବ, ଯେତେବେଳ ୟୁଜର ମୋବାଇଲରେ ଡୁନଟ୍ ଡିଷ୍ଟରବ୍ ଫିଚରକୁ ଆକ୍ଟିଭେଟ୍ କରିଥିବ । ହ୍ବାଟସଆପର ଏହି ନୂଆ ଫିଚରକୁ ଓ୍ବାବେଟାଇନଫୋରେ ଆରମ୍ଭ କରାଯାଇଛି । ଯେଉଁଠି ହ୍ବାଟସଆପ୍ ପକ୍ଷରୁ ଏହାକୁ ରୋଲଆଉଟ୍ କରାଯାଉଛି । ଯଦ୍ବାରା ୟୁଜର ଜାଣିପାରିବେ କିଏ ତାଙ୍କୁ ମିସ୍ଡ କଲ୍ କରିଛି ।
ଓ୍ବାବେଟାଇନଫୋ ରିପୋର୍ଟ ଅନୁସାରେ, ଯେତେବେଳେ ଆପଣ ହ୍ବାଟସଆପ୍ କଲ୍ ରିସିଭ୍ କରୁଛନ୍ତି ଏବଂ ଆପଣଙ୍କ ନୋଟିଫିକେଶନ୍ ମୋଡ୍ ବନ୍ଦ ରଖିଛନ୍ତି, ସେତେବେଳେ ଆପଣଙ୍କୁ ଏକ ନୂଆ ଲେବଲ ଆଲର୍ଟ ମେସେଜ ମିଳିବ ଯାହା କଲ୍ ହିଷ୍ଟ୍ରି ର ଡାହାଣ ପାର୍ଶ୍ଵରେ ଦେଖିବାକୁ ମିଳିବ । ଏ ସମସ୍ତ ଜିନିଷ ଆପଣଙ୍କ ଲୋକାଲ ଡାଟା ବେସରେ ଷ୍ଟୋର ରହିବ ।
କେବଳ ଏତିକି ନୁହେଁ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ ଅନେକ ନୂତନ ଫିଚର ଘୋଷଣା କରିଛି । ଏହା ବର୍ତ୍ତମାନ ଉପଭୋକ୍ତାଙ୍କୁ ଗୋଟିଏ ଗ୍ରୁପରେ 512 ସଦସ୍ୟ ଯୋଡିହୋଇ ରହିବା ପାଇଁ ଅନୁମତି ଦେଉଛି। ପୂର୍ବରୁ ଗୋଟିଏ ଗ୍ରୁପରେ କେବଳ 256 ଜଣଙ୍କୁ ରହିବା ପାଇଁ ଅନୁମତି ରହିଥିଲା। ପୃଥକ ଭାବେ ଭାରତରେ ବଛା ବଛା ଗ୍ରାହକଙ୍କୁ ହ୍ୱାଟସଆପ୍ ପେ ମାଧ୍ୟମରେ କରାଯାଇଥିବା ଦେୟ ଉପରେ 105 ଟଙ୍କା କ୍ୟାସବ୍ୟାକ୍ ମିଳୁଛି ।












Click it and Unblock the Notifications