ମୁମ୍ବାଇ ପରେ ଦିଲ୍ଲୀରେ ଖୋଲିବ ଟେସଲାର ଦ୍ୱିତୀୟ ଶୋରୁମ୍
ଟେସଲା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଥମ ଶୋରୁମ୍ ଖୋଲିବା ପରେ, କମ୍ପାନୀ ଏବେ ଦିଲ୍ଲୀର ଏରୋସିଟିରେ ଦ୍ୱିତୀୟ ଡିଲରସିପ୍ ଖୋଲିବାକୁ ଯାଉଛି। ଯାହା ଦିଲ୍ଲୀ IGI ବିମାନବନ୍ଦର ନିକଟରେ ଅବସ୍ଥିତ। ଶୋ'ରୁମ୍ ପ୍ରାୟତଃ ପ୍ରସ୍ତୁତ ସରିଥିବା ବେଳେ ଅଗଷ୍ଟ ୨୦୨୫ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଟେସଲା ବର୍ତ୍ତମାନ ଭାରତରେ ମଡେଲ Y ବିକ୍ରି କରୁଛି। ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା, କାରଣ ଏହି ଯାନକୁ CBU ଭାବରେ ଆମଦାନି କରାଯାଉଛି।ଭାରତରେ, ଟେସଲା ମଡେଲ Yକୁ ଦୁଇଟି ଭାରିଆଣ୍ଟରେ ପ୍ରଚଳନ କରାଯାଇଛି। ଏହି ଇଲେକ୍ଟ୍ରିକ୍ SUV ସ୍ୱତନ୍ତ୍ରତା ହେଉଛି ଏହା ୬୨୨ କିଲୋମିଟର ପର୍ଯ୍ୟନ୍ତ WLTP କ୍ଲେମ୍ଡ ରେଞ୍ଜ ପ୍ରଦାନ କରେ। ଏହାର ସର୍ବାଧିକ ଗତି ୨୦୧ କିଲୋମିଟର ପ୍ରତି ଘଣ୍ଟା ।

ଏହା ବ୍ୟତୀତ, କମ୍ପାନୀ ଏହି ମଡେଲ ସହିତ ୬ ଲକ୍ଷ ଟଙ୍କା ମୂଲ୍ୟର FSD କିଟ୍ ର ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯାହା ଏହି କାରକୁ ଅଟୋମେସନ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଆହୁରି ସ୍ୱତନ୍ତ୍ର କରିଥାଏ।












Click it and Unblock the Notifications