Tata Motors Commercial Vehicles: ମହଙ୍ଗା ହେବ ଟାଟା ମୋଟର୍ସ ଗାଡ଼ି, ୧ ଜୁଲାଇରେ ଲାଗୁ ହେବ ନୂଆ ମୂଲ୍ୟ

Tata Motors Commercial Vehicles: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ନିଜ ଗ୍ରାହକଙ୍କୁ ଝଟକା ଦେଇଛି । କମ୍ପାନୀ ନିଜର Commercial Vehiclesର ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା କରିଛି । ଟାଟା ମୋଟର୍ସ ଯାନଗୁଡିକ ପ୍ରାୟ 2 ପ୍ରତିଶତ ମହଙ୍ଗା ହେବାକୁ ଯାଉଛି ।

ଜୁଲାଇ ୧ ତାରିଖରୁ ନୂତନ ମୂଲ୍ୟ ଲାଗୁ କରାଯିବା ନେଇ ସୂଚନା ରହିଛି । ଟାଟା ମୋଟର୍ସ ବୁଧବାର ଦିନ ସୂଚନା ଦେଇ କହିଛି ଯେ, କମୋଡିଟି ପ୍ରାଇସ ବୃଦ୍ଧି ହେତୁ ଏହାର ଯାନବାହନ ହାର ମଧ୍ୟ ବୃଦ୍ଧି କରାଯାଉଛି । ସମସ୍ତ ଭ୍ୟାରିଏଣ୍ଟର ମୂଲ୍ୟ ବୃଦ୍ଧି ଭିନ୍ନ ଭିନ୍ନ କରାଯିବ ।

Tata Motors Commercial Vehicles

ଟାଟା ମୋଟର୍ସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, କମ୍ପାନୀ ବର୍ତ୍ତମାନ ନୂଆ ଗାଡ଼ି ଲଞ୍ଚ୍ କରିବା ପାଇଁ ଯାଉଛି । ଏହି ଯାନଗୁଡିକ ଭାରତ, ବ୍ରିଟେନ, ଆମେରିକା, ଇଟାଲୀ ଏବଂ ଦକ୍ଷିଣ କୋରିଆର ଡିଜାଇନ୍ କରାଯାଉଛି । ଏହି ସମସ୍ତ ଯାନଗୁଡିକ ଆଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ ହେବ ।

ରାଜସ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ଗତ ମାର୍ଚ୍ଚରେ ଏହାର ବ୍ୟବସାୟିକ ଯାନର ମୂଲ୍ୟ 2 ପ୍ରତିଶତ ବୃଦ୍ଧି କରିଥିଲା। 2024 ଆର୍ଥିକ ବର୍ଷରେ ଟାଟା ମୋଟର୍ସ ର ଆୟ 52.44 ବିଲିୟନ ଡ଼ଲାର୍ ରହିଥିଲା । ଟାଟା ମୋଟର୍ସ ଷ୍ଟକ୍ ମଧ୍ୟ ଅଧିକ ରହିଛି । ପ୍ରାୟ 26.6 ପ୍ରତିଶତ ବୃଦ୍ଧି ପାଇଛି ।

ବୁଧବାର ଅପରାହ୍ନରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ରେ କମ୍ପାନୀର ସେୟାର ପ୍ରାୟ 2.40 ଟଙ୍କା (0.24 ପ୍ରତିଶତ) ହ୍ରାସ ପାଇଛି। ଟାଟା ମୋଟର୍ସ ଷ୍ଟକ୍ ପ୍ରାୟ 983 ଟଙ୍କା କାରବାର କରୁଥିଲା। ଗତ କିଛି ଦିନ ଧରି ଏଥିରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଏହା 1000 ଟଙ୍କା ମାର୍କ ଅତିକ୍ରମ କରିଛି। ଟାଟାର ସମସ୍ତ ଷ୍ଟକ୍ ବେଶ ଦୃତି ଗତିରେ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+