Odisha Budget 2021: ବଜେଟକୁ ବିରୋଧୀଙ୍କ କଟାକ୍ଷ, ତାରା କହିଲେ, ସମ୍ପୂର୍ଣ୍ଣ ରଙ୍ଗୀନ ଚିତ୍ର
ରାଜ୍ୟ ବଜେଟ୍ 2021 ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହି ବଜେଟ୍ ହେଉଛି ସମ୍ପୂର୍ଣ୍ଣ ରଙ୍ଗୀନ ଚିତ୍ର ଓ ଧୂଆଁବାଣ ।
ଭୁବନେଶ୍ବର: କରୋନା ମହାମରୀ ପରେ ଆଜି ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ 2021 । ଚଳିତ ଆର୍ଥିକ ବର୍ଷ 2021-22 ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନା କରିଛନ୍ତି ବଜେଟ । ତେବେ ବଜେଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ।

ରାଜ୍ୟ ବଜେଟ୍ 2021 ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହି ବଜେଟ୍ ହେଉଛି ସମ୍ପୂର୍ଣ୍ଣ ରଙ୍ଗୀନ ଚିତ୍ର ଓ ଧୂଆଁବାଣ । ରାଜ୍ୟ ସରକାରଙ୍କ ପାଖରେ ଅର୍ଥ ନାହିଁ । 17 ହଜାର କୋଟି ଟଙ୍କା ଋଣ ଆଣିବା ପାଇଁ ବ୍ୟବସ୍ଥା କରିବେ ଏବଂ ଭିତ୍ତିଭୂମି ପାଇଁ, କୃଷକମାନଙ୍କ ପାଇଁ କିଛି ଟଙ୍କା ନାହିଁ । ଓଡ଼ିଶାରେ କେବେ ଗୋଟିଏ ବର୍ଷରେ 17 ହଜାର କୋଟି ଟଙ୍କା ଋଣ ଆଣିବା ଏହା ଦୁର୍ବାଭ୍ୟ ଓ ନିନ୍ଦନୀୟ ଘଟଣା । ଏ ବଜେଟ ହେଉଛି ଲୋକଙ୍କୁ ଠକିବା ବୋଲି କହିଛନ୍ତି ତାରା ବାହିନୀପତି ।
ସୂଚନାଥାଉ କି, ଚଳିତ ଥର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି।
ବଜେଟ୍ରେ ରାଜ୍ୟ ସରକାର ସ୍ଵତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ବଜେଟ୍ରେ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।












Click it and Unblock the Notifications