ଷ୍ଟକ୍ ମାର୍କେଟ୍: ଇତିହାସ ସୃଷ୍ଟି କଲା ନିଫ୍ଟି-50 , ପ୍ରଥମ ଥର ପାଇଁ 20000 କଲା ଅତିକ୍ରମ
ସର୍ବକାଳୀନ ରେକର୍ଡ ସ୍ତରରେ ନିଫ୍ଟି । ଗତ କିଛି ଦିନ ହେବ ଭାରତୀୟ ଶେୟାର ମାର୍କେଟର କାରବାର ପୂର୍ବାପେକ୍ଷା ଭଲ ରହିଛି ।ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ସୂଚକାଙ୍କ ନିଫ୍ଟି -୫୦ ଅଗ୍ରଣୀ ଷ୍ଟକଗୁଡିକର ଦୃଢ଼ ବୃଦ୍ଧି ହେତୁ ସୋମବାର 20,000 ସଂଖ୍ୟାରେ ପହଞ୍ଚି ଇତିହାସ ସୃଷ୍ଟି କରିଛି ।
ପ୍ରାୟ 3:15 ସମୟରେ, ନିଫ୍ଟି -50 179 ପଏଣ୍ଟରୁ 20,000 ରେ ପହଞ୍ଚିଛି । ବେଞ୍ଚମାର୍କ ସୂଚକାଙ୍କ ସେନ୍ସେକ୍ସ ଏବଂ ନିଫ୍ଟି କ୍ରମାଗତ ସପ୍ତମ ଦିନ ପାଇଁ ଲାଭ ଦେଖାଇଲା ।
ମଧ୍ୟାହ୍ନରେ, ସେନ୍ସେକ୍ସ 66,924.59 ରେ 0.49 ପ୍ରତିଶତ ଅଧିକ କାରବାର କରୁଥିବା ଦେଖାଯାଇଥିଲା ।
ପୂର୍ବ କାରବାର ତୁଳନାରେ ୧୮୦ ପଏଣ୍ଟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ ୨୦,୦୦୦ ମାର୍କୁ ବୃଦ୍ଧି ପାଇଛି ନିଫ୍ଟି । ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ୨୧ ମାସ ଧରି ୧୮୦୦୦ ମାର୍କରେ ସ୍କେଲିଙ୍ଗ କରିବା ପରେ ପ୍ରଥମ ଥର ପାଇଁ ୨୦୨୩ ଜୁନ ୨୮ରେ ୧୯୦୦୦ ସ୍ତର ଅତିକ୍ରମ କରିଥିଲା। ତେବେ ଏବେ ୨୦୦୦୦ ମାର୍କ ଅତିକ୍ରମ କରି ସେୟାର ବଜାର କାରବାରରେ ରେକର୍ଡ କରିଛି ।

ଦିଲ୍ଲୀରେ ଆୟୋଜିତ G-20 ସମ୍ମିଳନୀର ସଫଳତା ପରେ ସୋମବାର ସେୟାର ବଜାର ପ୍ରରମ୍ଭିକ କାରବାରରେ ଅଭିବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଛି । ଉଭୟ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ଘଟିଛି। 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ ମଧ୍ୟ 206.62 ପଏଣ୍ଟ ଅର୍ଥାତ 0.31 ପ୍ରତିଶତ ବୃଦ୍ଧି ଘଟି ଏହା 66805.52 ପଏଣ୍ଟରେ ପହଞ୍ଚିଛି ।
ଏହା ଦ୍ବାରା କ୍ରମାଗତ ଭାବେ ବଜାରର କାରବାର ବୃଦ୍ଧି ପାଉଥିବାବେଳେ ଉଭୟ ନିବେଶକ ଓ ପଞ୍ଜୀକୃତ କମ୍ପାନୀଗୁଡିକ ବେଶ ଲାଭବାନ ହେଉଛନ୍ତି। ବିଶେଷ କରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର ନିଫ୍ଟି-୫୦ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ।












Click it and Unblock the Notifications