ଶେୟାର ବଜାରକୁ ପୁଣି ଫେରିଲା ଉତ୍ସାହ
ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ । ମଙ୍ଗଳବାର ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଛି। ଆଜି ବଜାର ଜୋରଦାର ଗତିରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ସୋମବାର ଷ୍ଟକ ବଜାର ମଧ୍ୟ ସୁଧାର ସହ ବନ୍ଦ ହୋଇଯାଇଥିଲା। ଗତକାଲି ବିଏସଇ ସେନ୍ସେକ୍ସ ୩୪୧.୦୪ ପଏଣ୍ଟ ବୃଦ୍ଧି ପାଇ ୭୪,୧୬୯.୯୫ ପଏଣ୍ଟ ଏବଂ ନିଫ୍ଟି ୧୧୧.୫୫ ପଏଣ୍ଟ ବୃଦ୍ଧି ପାଇ ୨୨,୫୦୮.୭୫ ପଏଣ୍ଟରେ ବନ୍ଦ ହୋଇଥିଲା।













Click it and Unblock the Notifications