ଭାରତୀୟ ଶେୟାର ବଜାରରେ ହାହାକାର, ୧୩୦୦ ପଏଣ୍ଟ ଖସିଲା ସେନସେକ୍ସ
ପୁଣି ଭୁଶୁଡ଼ିଲା ଭାରତୀୟ ପୁଞ୍ଜିବଜାର । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ କାରବାର ଦିବସରେ କ୍ରାସ କଲା ସେନସେକ୍ସ । ବିଏସଇ ସୂଚକାଙ୍କ ସେନ୍ ସେକ୍ସରେ ପ୍ରାୟ ୧୩୦୦ ପଏଣ୍ଟ ହ୍ରାସ । ସେହିପରି ନିଫ୍ଟି ୩୬୦ ପଏଣ୍ଟରୁ ଅଧିକ ଖସିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆଇଟି ସେକ୍ଟର । ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର ସେୟାର ମାର୍କେଟ କ୍ରାସର ବଡ଼ କାରଣ । ଆସନ୍ତାକାଲିଠୁ ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ନିଷ୍ପତ୍ତି ମଧ୍ୟ ସେୟାର ବଜାର ହ୍ରାସର କାରଣ ।
କୁହାଯାଉଛି ଯେ ଟ୍ରମ୍ପଙ୍କ ଦ୍ବାରା ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବା ଆଶଙ୍କାରେ ସମଗ୍ର ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ସେହିପରି ତେଲଦର ବୃଦ୍ଧି ନିବେଶକଙ୍କ ମନୋଭାବକୁ ଦୁର୍ବଳ କରିଛି ।

ଏହାପୂର୍ବରୁ ମାର୍ଚ୍ଚରେ ଆରମ୍ଭରେ ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ ହୋଇଥିଲା ।












Click it and Unblock the Notifications