୨ ଚକିଆ, ୩ ଚକିଆ, କାର୍ ଯାନ ବିକ୍ରିରେ ରେକର୍ଡ
ଦୁଇ ଚକିଆ, ତିନି ଚକିଆ ଯାନ ସମେତ କାର୍ ବିକ୍ରିରେ ଚଳିତ ବର୍ଷ ଜାନୁଆରିରେ ରେକର୍ଡ ଅଭିବୃଦ୍ଧି ହୋଇଛି। ଭାରତୀୟ ଅଟୋମୋବାଇଲ୍ ଉତ୍ପାଦକ ସମିତି (ସିଆମ୍) ପକ୍ଷରୁ ଏହି ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରେ ଘରୋଇ ଯାତ୍ରୀବାହୀ ଯାନ ବିକ୍ରି ଗତ ବର୍ଷ ତୁଳନାରେ ୧୨.୬ ପ୍ରତିଶତ ବୃଦ୍ଧି ପାଇଛି।
ଜାନୁଆରିରେ କେବଳ ୪,୪୯,୬୧୬ଟି ଯାନ ବିକ୍ରି ହୋଇଛି, ଯାହାକି ଏହି ମାସର ବିକ୍ରି କ୍ଷେତ୍ରରେ ସର୍ବକାଳୀନ ରେକର୍ଡ। ଅନ୍ୟପକ୍ଷରେ ୨୦୨୫ରେ ୩,୩୯,୩୮୬ଟି ଘରୋଇ ଯାତ୍ରୀବହାୀ ଯାନ ବିକ୍ରି ହୋଇଥିଲା। ଏହି ସମୟରେ ୧୯,୨୫,୬୦୩ଟି ଦୁଇ ଚକିଆଯାନ ବିକ୍ରି ହୋଇଛି, ଯାହାକି ଗତ ବର୍ଷ ଜାନୁଆରିରେ ୧୫,୨୬,୨୧୮ ଥିଲା।

ଜାନୁଆରିରେ ୫୮,୧୬୭ଟି ତିନି ଚକିଆ ଯାନ ବିକ୍ରି ହୋଇଛି। ଗତ ବର୍ଷ ଜାନୁଆରି ତୁଳନାରେ ଏଥିରେ ୩୦.୨ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଛି। ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ହାର ହ୍ରାସ ଅଟୋମୋବାଇଲ୍ ଚାହିଦା ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି ସିଆମ୍ ବିବେଚନା କରୁଥିବା ନିର୍ଦ୍ଦେଶକ ରାଜେଶ ମେନନ୍ କହିଛନ୍ତି।
ଚଳିତ ବର୍ଷ ଜାନୁଆରିରେ ଯାତ୍ରୀବାହୀ ଯାନ ରପ୍ତାନିରେ ୩୩ ପ୍ରତିଶତ ଅଭିବୃଦ୍ଦି ହାସଲ ହୋଇଛି। ଦୁଇ ଚକିଆ ରପ୍ତାନି ଚଳିତ ବର୍ଷ ଜାନୁଆରିରେ ୨୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ତିନି ଚକିଆ ରପ୍ତାନି ୫୪.୬ ପ୍ରତିଶତ ବୃଦ୍ଧି ପାଇଛି।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications