Share Market Rally: ମୋଦିଙ୍କ କଥା ହେଲା ସତ, ରେକର୍ଡ ସ୍ତରରେ ସେୟାର ମାର୍କେଟ
Share Market Rally: ଘରୋଇ ଷ୍ଟକ୍ ମାର୍କେଟ ଆଜି ସାମାନ୍ୟ କ୍ଷତି ସହ ରେଡ୍ ମାର୍କରେ ଟ୍ରେଡ୍ କରୁଛି । ହେଲେ ଏହା ଅନ୍-ଟାଇମ୍ ଉଚ୍ଚ ସ୍ତର ନିକଟରେ ରହିଛି । ଲୋକସଭା ନିର୍ବାଚନ 2024 ପରେ ପ୍ରାୟ ପ୍ରତିଦିନ ବଜାର ନୂଆ ରେକର୍ଡ ସୃଷ୍ଟି କରୁଛି । ଗୋଟିଏ ଦିନ ପୂର୍ବରୁ ମଧ୍ୟ ବଜାର ଏକ ନୂତନ ସର୍ବକାଳୀନ ଉଚ୍ଚ ସ୍ତର ହାସଲ କରିଛି ।
ଯାହା ପରେ ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ମଧ୍ୟ ସତ୍ୟ ପ୍ରମାଣିତ ହେବାରେ ଲାଗିଛି ଏପରିକି ଅମିତ ଶାହ ମଧ୍ୟ ନିର୍ବାଚନ ପରେ ସେୟାର ମାର୍କେଟରେ ବଡ଼ ପରିବର୍ତ୍ତନ ନେଇ ସଙ୍କେତ ଦେଇଥିଲେ ।

ଏହି ମାସର ପ୍ରଥମ ସପ୍ତାହରେ ଅର୍ଥାତ୍ ଜୁନ୍ 4 ତାରିଖରେ ଯେତେବେଳେ ଲୋକସଭା ନିର୍ବାଚନ 2024ର ଫଳାଫଳ ଆସିଥିଲା ସେହିଦିନ ବଜାରରେ ବହୁ କ୍ଷତି ହୋଇଥିଲା। କାଉଁଟିଙ୍ଗ୍ ଦିନ ସେନ୍ସେକ୍ସ ଇଣ୍ତଷ୍ଟ୍ରିରେ 6,200 ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ଦିନ ଶେଷରେ ସେନସେକ୍ସ 72,079 ପଏଣ୍ଟରେ ବନ୍ଦ ହୋଇଗଲା । ସେହିଭଳି ନିଫ୍ଟି 1,379 ପଏଣ୍ଟ (5.93 ପ୍ରତିଶତ) ହ୍ରାସ ପାଇ 21,885 ପଏଣ୍ଟରେ ପହଞ୍ଚିଥିଲା ।












Click it and Unblock the Notifications