ବଜାରରେ ବଡ ହ୍ରାସ, ୧୦୧୮ ପଏଣ୍ଟ ହ୍ରାସ ହେଲା ସେନସେକ୍ସ
ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜି ବଜାର ଏବଂ ଷ୍ଟକ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି। ଗୋଟିଏ ପଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ଓ ନିଷ୍ପତ୍ତି ବୈଶ୍ୱିକ ବଜାରରେ ପ୍ରଭାବ ପକାଉଥିବାବେଳେ ବିଦେଶୀ ନିବେଶକ ଘରୋଇ ପୁଞ୍ଜି ବଜାରରୁ ନିବେଶ ପ୍ରତ୍ୟାହାର ଏବଂ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଷ୍ଟକ ବଜାରର କାରବାର ପ୍ରଭାବିତ ହେଉଛି ବୋଲି ବଜାର ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ମଙ୍ଗଳବାର ଭାରତୀୟ ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ କାରବାର ଅଧିବେଶନରେ ୧,୨୮୧.୨୧ ପଏଣ୍ଟ ହ୍ରାସ ପାଇ ଗୋଟିଏ ଦିନର ସର୍ବନିମ୍ନ ସ୍ତର ୭୬,୦୩୦.୫୯ ପଏଣ୍ଟରେ ପହଞ୍ଚିଛି। ଶେଷରେ ସେନସେକ୍ସ ୧୦୧୮.୮୦ ପଏଣ୍ଟ ହ୍ରାସ ପାଇ ୭୬,୨୯୩.୬୦ ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସ ସୋମବାର ୭୭,୩୧୧.୮୦ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନିଫଟି ୩୧୦ ପଏଣ୍ଟ ହ୍ରାସ ପାଇ ୨୩,୧୦୦ ପଏଣ୍ଟରେ ବନ୍ଦ ହୋଇଛି ।

ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ବିଶ୍ବର ବିଭିନ୍ନ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି । ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିଛି । ସେୟାର ମାର୍କେଟରେ ଏହି ହ୍ରାସ ଯୋଗୁଁ ନିବେଶକମାନେ ଯଥେଷ୍ଟ କ୍ଷତି ସହିଛନ୍ତି












Click it and Unblock the Notifications