ପୁଣି ନିମ୍ନଗାମୀ ସେୟାର୍ ମାର୍କେଟ,ସେନ୍ସେକ୍ସ 800ପଏଣ୍ଟ୍ ହ୍ରାସ
ଗତ କିଛି ଦିନ ହେବ ଭାରତୀୟ ସେୟାର୍ ବଜାରରେ ଉତ୍ସାହ ଦେଖା ଦେଇଥିବା ବେଳେ ମଙ୍ଗଳବାର ପୁଣି ନିରାଶ ହୋଇଛନ୍ତି ନିବେଶକ। ସପ୍ତାହର ଦ୍ବିତୀୟ ଦିନ ଅର୍ଥାତ୍ ମଙ୍ଗଳବାର, ଷ୍ଟକ୍ ବଜାରରେ କାରବାର ହ୍ରାସ ସହିତ ଆରମ୍ଭ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ 836 ପଏଣ୍ଟ ହ୍ରାସ ପାଇ 841,339 ରେ ପହଞ୍ଚିଛି। ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଇକ୍ୱିଟି ବେଞ୍ଚମାର୍କଗୁଡ଼ିକ ଦ୍ରୁତ ଭାବରେ ହ୍ରାସ ପାଇଥିଲା, ଯାହା ପୂର୍ବ ସେସନର ଲାଭକୁ ବି ବୁଡ଼ାଇ ଦେଇଛି। କାରଣ ବିଶ୍ୱ ଅନିଶ୍ଚିତତା ଏବଂ ଲାଭ ବୁକିଂ ମଧ୍ୟରେ ନିବେଶକମାନେ ସତର୍କ ହୋଇଯାଇଥିଲେ।
ଉଲ୍ଲେଖେଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଗତ କିଛି ଦିନ ହେବ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା। ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍ ବଦଳୁଥିବା ନଜର ଆସିଥିଲା। ଗତ କିଛି ଦିନ ଲଗାତର ଭାବେ ଉପରମୁହାଁ (ଗ୍ରୀନ୍ ଜୋନ୍)ରେ ବଜାର ରହିଥିବା ବେଳେ ଆଜି ପୁଣି ଟ୍ରେଣ୍ଡ୍ ବଦଳିଛି।

ଏସୀୟ ବଜାରରେ, ଜାପାନର ନିକେଇ ପ୍ରାୟ 100 ପଏଣ୍ଟ ହ୍ରାସ ପାଇ 37,440 ରେ ଏବଂ କୋରିଆର କୋସ୍ପି 13 ପଏଣ୍ଟ ହ୍ରାସ ପାଇ 2,631 ରେ କାରବାର କରୁଛି। ହଂକଂର ହ୍ୟାଙ୍ଗ ସେଙ୍ଗ ଇଣ୍ଡେକ୍ସ 73 ପଏଣ୍ଟ (0.31%) ହ୍ରାସ ପାଇ 23,209ରେ ଏବଂ ଚୀନର ସାଂଘାଇ କମ୍ପୋଜିଟ୍ 11 ପଏଣ୍ଟ ହ୍ରାସ ପାଇ 3,335ରେ ରହିଛି।












Click it and Unblock the Notifications