ସେୟାର ବଜାରରେ ବଡ଼ ଧରଣର ପରିବର୍ତ୍ତନ, ୫ ଲକ୍ଷ କୋଟିରୁ ଅଧିକ କ୍ଷତି…

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ଝଡ଼। ମଙ୍ଗଳବାର କାରବାର ଆରମ୍ଭ ହେବାମାତ୍ରେ ହେଲା କ୍ରାସ୍। ନିବେଶକ ହରାଇଲେ ୫ ଲକ୍ଷ କୋଟି। ବିଏସ୍ଇ ସେନସେକ୍ସ ୮୪୮ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୬,୨୨୪.୭୯ ପଏଣ୍ଟର ଇନଟ୍ରା ଡେ ଲୋ'ରେ ଆସିଯାଇଛି। ସେଭଳି ନିଫ୍ଟିର ସ୍ଥିତି ଆହୁରି ଶୋଚନୀୟ। ଆମେରିକା ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶଙ୍କ ଉପରେ ଟ୍ରେଡ ଶୁଳ୍କ ଯୋଜନାର ଘୋଷଣା କରିବା ଏପରି ପରିସ୍ଥିତି ସୃଷ୍ଟି କରିଛି।

ଟ୍ରମ୍ପଙ୍କ ଘୋଷଣାରେ ନିବେଶକ ଚାଲାକ୍ ହୋଇଯାଇଛନ୍ତି। ଫଳରେ ସେମାନେ ସେୟାର ବିକିବା ଆରମ୍ଭ କରିଦେଇଛନ୍ତି। ଉଭୟ ବେଞ୍ଚମାର୍କ ସୂଚକାଙ୍କ ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି ରେ ୨ ପ୍ରତିଶତ ହ୍ରାସ ଦେଖାଯାଇଛି। ବିଏସଇ ମିଡକ୍ୟାପ ଓ ସ୍ମଲ କ୍ୟାପ୍ ଇଣ୍ଡେକ୍ସରେ କାରବାର କାଳରେ ୨-୨ପ୍ରତିଶତରୁ ଅଧିକ ହ୍ରାସ ଦେଖାଯାଇଛି। ଭାରତୀୟ ବଜାରରେ ବିକ୍ରି ଯୋଗୁ ନିବେଶକ ଗୋଟିଏ ଦିନରେ ୭.୪ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ବିଏସଇ ସୂଚୀବଦ୍ଧ କମ୍ପାନୀଙ୍କ ମୋଟ ବଜାର ପୁଞ୍ଜିକରଣ ୪୩୨ଲକ୍ଷ କୋଟି ଟଙ୍କାରୁ ହ୍ରାସ ହୋଇ ୪୨୫.୫ଲକ୍ଷ କୋଟି ଟଙ୍କା ହୋଇଯାଇଛି।

sensex

ଟ୍ରମ୍ପ ଶପଥ ନେବା ପରେ ବ୍ରିକ୍ସ ଦେଶ ଗୁଡିକ ଉପରେ ଟାରିଫ୍ ଲଗାଇବାର ଧମକ ଦେଇଛନ୍ତି। ଏହି ସବୁ ଦେଶ ଗୁଡିକ ଭିତରେ ଅଛି ବ୍ରାଜିଲ, ଚୀନ୍, ଋଷ, ସାଉଥ୍ ଆଫ୍ରିକା ଓ ଭାରତ। ଟ୍ରମ୍ପ ଏହି ଦେଶ ଗୁଡିକ ଉପରେ ୧୦୦% ଟାରିଫ୍ ଲଗାଇବାର ଲକ୍ଷ୍ୟ ରଖିଛନ୍ତି ଯାହାଫଳରେ ଅନ୍ତର୍ଜାତୀୟ ବଜାରରେ ଏହାର ପ୍ରଭାବ ପଢିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+