ଭାରତ-ପାକିସ୍ତାନ ବିବାଦ ପ୍ରଭାବରେ ଖସିଲା ଷ୍ଟକ୍ ବଜାର, ଚିନ୍ତାରେ ନିବେଶକ
ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଅନିଶ୍ଚିତତାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି। ଶୁକ୍ରବାର ଦିନ ଭାରତୀୟ ସେୟାର୍ ବଜାରରେ ପଏଣ୍ଟ ହ୍ରାସ ଘଟିଥିବା ସୂଚନା ରହିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୮,୮୦୦ ପଏଣ୍ଟ ସ୍ତରରେ କାରବାର କରୁଛି।

ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ୩୦୦ ପଏଣ୍ଟରୁ ଅଧିକ ଖସି ୨୩,୯୪୧.୨୦ ପଏଣ୍ଟରେ ରହିଛି। ପ୍ରାରମ୍ଭିକ କାରବାରରେ ବଜାରରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ, ଦିନ ଗଡ଼ିବା ସହ ଏହା ତୀବ୍ର ହ୍ରାସ ପାଇଥିଲା। ସେନସେକ୍ସରେ ଘାଟା ପରେ ଚିନ୍ତାରେ ନିବେଶକ ।












Click it and Unblock the Notifications