ଅନୁମତି ଦେଲା ସେବି,ଆଇପିଓ ଆଣିବ ଫୋନପେ !
ୟୁପିଆଇ ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନି ଫୋନ୍ପେ ପ୍ରାରମ୍ଭିକ ପବ୍ଲିକ୍ ଅଫର୍ (IPO) ଆଣିବ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (SEBI) କମ୍ପାନିର ପ୍ରସ୍ତାବକୁ ଆଜି ମଞ୍ଜୁରି ଦେଇଛି। ଆଇପିଓ ଜରିଆରେ କମ୍ପାନି ପ୍ରାୟ ୧୨ ହଜାର କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛି। କମ୍ପାନି ଶୀଘ୍ର ଏକ ସଦ୍ୟ ଡ୍ରାଫ୍ଟ ରେଡ୍ ହେରିଂ ପ୍ରସ୍ପେକ୍ଟସ୍ (DRHP) ଦାଖଲ କରିବ।
ଗତବର୍ଷ ସେପ୍ଟେମ୍ବରରେ କମ୍ପାନି ଗୋପନୀୟ ପ୍ରି-ଫାଇଲିଂ ମାଧ୍ୟମରେ ଆଇପିଓ ପାଇଁ ଚିଠା ଦସ୍ତାବିଜ୍ ଦାଖଲ କରିଥିଲା। ଫିନଟେକ୍ କ୍ଷେତ୍ରରେ ପେଟିଏମ୍ ପରେ ଫୋନପେ୍ର ଏହା ହେବ ଦ୍ବିତୀୟ ବୃହତ୍ ଆଇପିଓ। ପେଟିଏମ୍ ୨୦୨୧ରେ ୧୮୦୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା।

ୟୁପିଆଇରେ ଫୋନ୍ପେର ପ୍ରାୟ ୪୫ ପ୍ରତିଶତ ବଜାରଅଂଶ ରହିଛି। ଫୋନ୍ପେର ନିକଟତମ ପ୍ରତଦ୍ବନ୍ଦ୍ବୀ ଗୁଗଲ୍ପେ ଅଛି। ଗୁଗଲ୍ପେର ବଜାରଅଂଶ ପ୍ରାୟ ୩୫ ପ୍ରତିଶତ ରହିଛି। ଦେଶର ପ୍ରାୟ ୮୫ ପ୍ରତିଶତ ଡିଜିଟାଲ କାରବାର ୟୁପିଆଇ ପ୍ଲାଟଫର୍ମ ଜରିଆରେ ସଂପାଦିତ ହେଉଛି












Click it and Unblock the Notifications