ପଳାତକ ବିଜୟ ମାଲ୍ୟାଙ୍କ ବଢ଼ିଲା ଅଡ଼ୁଆ, ସେବି ଲଗାଇଲା ୩ ବର୍ଷର ବ୍ୟାନ
ମୁମ୍ବାଇ: ଭାରତୀୟ ବ୍ୟାଙ୍କରୁ ଟଙ୍କା ନେଇ ବିଦେଶକୁ ଖସି ପଳାଇଥିବା ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ସେବି ଏକ ବଡ଼ ପଦକ୍ଷେପ ନେଇଛି । ମାର୍କେଟ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେଇଛି ।
ଏଥସହ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାର୍କେଟରେ କୌଣସି ପ୍ରକାର କାରବାର କରିବାରୁ ନିଷିଦ୍ଧ ଘୋଷଣା କରିଛି । ଏଭଳି କଟକଣା ଯୋଗୁ ସେ ଆଗାମୀ ୩ ବର୍ଷ ଯାଏ ପୁଞ୍ଜି ବଜାରରେ କୌଣସି ନେଣଦେଣ କରିପାରିବେ ନାହିଁ । ସେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରତିଭୂତି କ୍ରୟ, ବିକ୍ରି, ଡିଲ୍ କରିବାକୁ ଆଗାମୀ ୩ ବର୍ଷ ଯାଏ ପ୍ରତିବନ୍ଧକ ଲଗାଯାଇଛି ବୋଲି ସେବି କହିଛି ।
ମାଲ୍ୟାଙ୍କର ଯେକୌଣସି ପ୍ରତିଭୂତି ହୋଲିଂ ବ୍ୟାନ ରହିବ । ଏଥିରେ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟ ମଧ୍ଯ ସାମିଲ ରହିଛି । ସେବିର ଏହି ନିର୍ଦ୍ଦେଶ ତ୍ୱରିତ ଭିଭିରେ ଲାଗୁ ହେବ । କିଙ୍ଗ୍ ଫିସର ଏୟରଲାଇନ୍ସ ଦେବାଳିଆ ମାମଲାରେ ଋଣ ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ସେବି ଚେଷ୍ଟା ଜାରି ରଖିଛି । ବିଜୟ ମାଲ୍ୟା ବର୍ତମାନ ବ୍ରିଟେନରେ ରହୁଛନ୍ତି ।

ପ୍ରତିବନ୍ଧକ ଲଗାଇ ସେବି କହିଛି ବିଜୟ ମାଲ୍ୟାଙ୍କୁ ସିକ୍ୟୁରିଟି ମାର୍କେଟ୍ରେ ଆକ୍ସେସ୍ ଉପରେ ରୋକ ଲଗାଯାଇଛି । ଏଥିସହିତ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସିକ୍ୟୁରିଟିଜ କିଣିବା କିମ୍ବା ବିକିବା କୌଣସି ପ୍ରକାରେ ଡିଲିଂ କରିବା ସିକ୍ୟୁରିଟି ମାର୍କେଟ ସହ କୌଣସି ପ୍ରକାର ଜଡିତ ହେବା ଉପରେ ପରବର୍ତ୍ତୀ ତିନି ବର୍ଷ ପାଇଁ ପ୍ରତିବନ୍ଧକ ଲଗା ଯାଉଛି । ବିଜୟ ମାଲ୍ୟା ନିଜ ଗ୍ରୁପ୍ କମ୍ପାନୀଗୁଡିକର ସେୟାରରେ ପ୍ରତ୍ୟେକ୍ଷରେ ହେଉ କିମ୍ବା ପରୋକ୍ଷରେ କାରବାର କରୁଛନ୍ତି କି ନାହିଁ ସେବି ତଦନ୍ତ କରିଥିଲା ।
ତଦନ୍ତରେ ଜଣାପଡ଼ିଲା ଯେ ବିଜୟ ମାଲ୍ୟା ହର୍ବର୍ଟସନ ଏବଂ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡର ସେୟାରରେ ଟ୍ରେଡ୍ କରିବାର ଉପାୟ ଖୋଜିଛନ୍ତି । ସେ ୟୁବିଏସରେ ଅଲଗା ନାଁରେ ୱେବ୍ସାଇଟ, ଓ ସନକୋଷ୍ଟ ଓ ବିର୍ଜବୁଡ ନାଁରେ ଖାତା ଖୋଲିଥିଲେ । ଏଥିରେ ସେ ଲାଭ ଉଠାଉଥିଲେ । ଏଥିରେ ସେ ୬.୧୫ ମିଲିଅନ ଡଲାର ଟ୍ରାନ୍ସଫର କରିଥିଲେ । ଏହା ଜାଣିବା ପରେ ସେବି ବିଜୟ ମାଲ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା





Click it and Unblock the Notifications