For Quick Alerts
Turn On Notification  
For Daily Alerts
Oneindia App Download

SBIର ନୂଆ ବର୍ଷ ଉପହାର : ଫିକ୍ସ ଡିପୋଜିଟ୍ ଉପରେ ସୁଧ ହାରରେ ପରିବର୍ତ୍ତନ, ଜାଣନ୍ତୁ କଣ ରହିବ ଲାଭ...

ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାର ଫିକ୍ସ ଡିପୋଜିଟ୍ ସୁଧ ହାରରେ ପରିବର୍ତ୍ତନ କରିଛି । ଏଫଡି ସୁଧ ହାର ବୃଦ୍ଧି କରି ଏସବିଆଇ ଗ୍ରାହକଙ୍କୁ ଲାଭ ପ୍ରଦାନ କରିଛି ।

|

ନୂଆଦିଲ୍ଲୀ : ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାର ଫିକ୍ସ ଡିପୋଜିଟ୍ ସୁଧ ହାରରେ ପରିବର୍ତ୍ତନ କରିଛି । ଏଫଡି ସୁଧ ହାର ବୃଦ୍ଧି କରି ଏସବିଆଇ ଗ୍ରାହକଙ୍କୁ ଲାଭ ପ୍ରଦାନ କରିଛି । କିନ୍ତୁ ଜାଣି ରଖନ୍ତୁ, ବ୍ୟାଙ୍କ କେବଳ କେତେକ ନିର୍ଦ୍ଦିଷ୍ଚ ମାଚ୍ୟୁରିଟି ଫିକ୍ସ ଡିପୋଜିଟ୍ ଉପରେ ସୁଧ ହାର ବୃଦ୍ଧି କରିଛି । ଗତ ଜାନୁଆରୀ 8 ରୁ ନୂତନ ସୁଧ ହାର ଲାଗୁ କରାଯାଇଛି । ତେବେ ବର୍ତ୍ତମାନ ଆପଣ SBI ରେ ଫିକ୍ସ ଡିପୋଜିଟ୍ କଲେ ପୂର୍ବାପେକ୍ଷା ଅଧିକ ସୁଧ ପାଇପାରିବେ ।

sbi

ଏସବିଆଇର ଉପହାର

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ସ୍ଥିର ଜମା ତଥା ଫିକ୍ସ ଜିପୋଜିଟର ସୁଧ ହାରରେ ପରିବର୍ତ୍ତନ କରିଛି । ଏଫଡିର ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ ଫିକ୍ସଡ ଡିପୋଜିଟ (ଏଫଡି) ର ସୁଧ ହାରକୁ 1 ବର୍ଷ ପାଇଁ 10 ଆଧାର ପଏଣ୍ଟକୁ ବୃଦ୍ଧି କରିଛି । ନବୀକରଣ ଜମା ତଥା ନୂତନ ଜମା ଉପରେ ବ୍ୟାଙ୍କ ଏଫଡି ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ ଏଫଡି ସୁଧ ହାର ଉପରେ 0.10 ପ୍ରତିଶତ ବୃଦ୍ଧି କରିଛି । କେତେକ ନିର୍ଦ୍ଦିଷ୍ଟ ମାଚ୍ୟୁରିଟି ଉପରେ ବ୍ୟାଙ୍କ ଏକ ନୂତନ ସୁଧା ହାର ଲାଗୁ କରିଛି । ଡୋମେଷ୍ଟିକ୍ ରିଟେଲ୍ ଟର୍ମ ଡିପୋଜିଟ୍ ସହ ଡୋମେଷ୍ଟିକ୍ ବଲ୍କ ଟର୍ମ ଡିପୋଜିଟ୍ ଉପରେ ସୁଧ ହାରରେ ମଧ୍ୟ ଏସବିଆଇ ପରିବର୍ତ୍ତନ କରିଛି ।

କଣ ରହିଛି ସୁଧ ହାର

ଷ୍ଟେଟ୍ ବ୍ୟାଙ୍କ ଅଫି ଇଣ୍ଡିଆ 2 କୋଟି ଟଙ୍କା ପର୍ଯ୍ୟନ୍ତ ଜମା ଉପରେ 7ଦିନରୁ 45ଦିନ ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍ ଉପରେ ସୁଧ 3.30କୁ ବୃଦ୍ଧି କରିଛି । ଏଥିସହିତ ଏହି ସମୟ ଅବଧି ମଧ୍ୟରେ ବରିଷ୍ଠ ନାଗରିକ ମାନେ 3.80 ପ୍ରତିଶତ ହାରରେ ସୁଧ ପାଇପାରିବେ । 46 ଦିନରୁ 179 ଦିନ ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍ ଉପରେ ଆପଣ 4.80 ପ୍ରକତିଶତ ସୁଧ ପାଇବେ, ସେହିପରି ବରିଷ୍ଠ ନାଗରିକ ମାନେ ମଧ୍ୟ ସମାନ ସୁଧ ପାଇବେ । ଏଥିସହିତ 180 ଦିନରୁ 210 ଦିନ ପାଇଁ ଫିକ୍ସ ଡିପୋଜିଟ୍ ଉପରେ ସାଧାରଣ ଲୋକ 4.80 ପ୍ରତିଶତ ସୁଧା ପାଇବା ସହ ବରିଷ୍ଠ ନାଗରିକମାନେ 5.30 ପ୍ରତିଶତ ସୁଧ ପାଇବେ । ଅନ୍ୟପକ୍ଷରେ 211 ଦିନରୁ 1 ବର୍ଷ ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍ ଉପରେ ଆପଣ 5ପ୍ରତିଶତ ସୁଧ ପାଇବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ରହିଛି 5.30 ପ୍ରତିଶତ ।

ଫିକ୍ସ ଡିପୋଜିଟରେ ମିଳିବ ଅଧିକ ସୁଧ ହାର

ଏସବିଆଇରେ 1 ବର୍ଷରୁ 2 ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ 5.50 ପ୍ରତିଶତ ଏବଂ ବରିଷ୍ଠ ନାଗରିକମାନେ 6% ସୁଧ ପାଇବେ । ଏଥି ସହିତ, 2 ବର୍ଷରୁ 3 ବର୍ଷ ପର୍ଯ୍ୟନ୍ତ, 5.50% ହାର ଏବଂ ବରିଷ୍ଠ ନାଗରିକମାନେ 6% ସୁଧ ପାଇବେ । ସେହିପରି 3 ରୁ 5 ବର୍ଷ ପାଇଁ ସ୍ଥିର ଜମା ଉପରେ ସାଧାରଣ ଲୋକ 5.70 ପ୍ରତିଶତ ଏବଂ ବରିଷ୍ଠ ନାଗରିକମାନେ 6.20 % ସୁଧ ହାର ପାଇବେ । ଅନ୍ୟପକ୍ଷରେ 5 ବର୍ଷରୁ 10 ବର୍ଷ ପର୍ଯ୍ୟନ୍ତ, ସୁଧ ହାର 5.70% ଏବଂ ବରିଷ୍ଠ ନାଗରିକଙ୍କ ପାଇଁ 6.50% ସୁଧ ହାର ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
SBI increases Interest Rate on Fixed Deposit. Know what is the new interest rate.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X