ଆରବିଆଇ ରେପୋ ରେଟ୍ ହ୍ରାସ କରିବା ପରେ ଏସବିଆଇର ବଡ଼ ପଦକ୍ଷେପ, ଗୃହ ଋଣ ଉପରେ ଏତିକି ପ୍ରତିଶତ ସୁଧ କମାଇଲା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଗୃହ ଋଣ ସୁଧ ହାର ହ୍ରାସ କରାଯାଇଛି। ରିଜର୍ଭ ବ୍ୟାଙ୍କ ରେପୋ ହାର ୦.୫୦ ପ୍ରତିଶତ ହ୍ରାସ କରିବା ପରେ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି। ଏସ୍ବିଆଇ ଏହାର ବାହ୍ୟ ବେଞ୍ଚମାର୍କ ଋଣ ହାର (ଇବିଏଲ୍ଆର୍) ଏବଂ ଗୃହ ଋଣ ସୁଧ କମାଇଛି। ପୂର୍ବରୁ ଇବିଏଲ୍ଆର୍ ୮.୬୫ ପ୍ରତିଶତ ଥିବାବେଳେ ଏବେ ଏହା ୮.୧୫ ପ୍ରତିଶତକୁ କମିଛି।

ଏସ୍ବିଆଇର ୱେବସାଇଟ୍ରୁ ଜଣାଯାଇଛି ଯେ ଇବିଏଲ୍ଆର୍ ସହ ଜଡ଼ିତ ଗୃହ ଋଣ ସୁଧ ହାର ୭.୭ ପ୍ରତିଶତରୁ ୮.୪୫ ପ୍ରତିଶତ ମଧ୍ୟରେ ରହିବ। ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ଉପରେ ସୁଧ ହାର ନିର୍ଦ୍ଧାରଣ ହେବ। ଏଥିସହିତ ବ୍ୟାଙ୍କ ଏହାର ସ୍ବତନ୍ତ୍ର ଜମା ଯୋଜନା (୪୪୪ ଦିନିଆ) ଉପରେ ସୁଧ ହାର ୦.୨୫ ପ୍ରତିଶତ କମାଇ ୬.୬୦ ପ୍ରତିଶତରେ ରଖିଛି। ଜୁନ ୧୫ରୁ ଏହା ଲାଗୁ ହେବ ବୋଲି ଜଣାଯାଇଛି।












Click it and Unblock the Notifications