ସେୟାର ବଜାରରେ ହାହାକାର; ନିଫ୍ଟି-ସେନ୍ସେକ୍ସ ପାଇଲା ହ୍ରାସ, ନିବେଶକ ହରାଇଲେ ୧୦ ଲକ୍ଷ କୋଟି ଟଙ୍କା
ଭାରତୀୟ ସେୟାର ବଜାରରେ ମଙ୍ଗଳବାର ହାହାକାର ସୃଷ୍ଟି ହୋଇଛି । ସେନ୍ସେକ୍ସ ଓ ନିଫ୍ଟି ୧ ପ୍ରତିଶତରୁ ଅଧିକ ହ୍ରାସ ପାଇ ବନ୍ଦ ହୋଇଛି । କାରବାର ବେଳେ ନିଫ୍ଟି ୨୫୨୦୦ ତଳକୁ ଖସି ନିଜର ୪ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ଏହି କାରଣରୁ ନିବେଶକଙ୍କୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଗ୍ଲୋବାଲ୍ ଟ୍ରେଡକୁ ନେଇ ଉତ୍ତେଜନା, ତୃତୀୟ ତ୍ରୈମାସିକ ପରିମାଣରେ ମିଶ୍ରିତ ଫଳାଫଳ ଓ ବିଦେଶୀ ନିବେଶକଙ୍କ ଲଗାତାର ବିକ୍ରିରେ ବାଜର ଚାପରେ ରହିଛି ।ସେନସେକ୍ସ ୧,୦୬୫.୭୧ ପଏଣ୍ଟ (୧.୨୮%) ହ୍ରାସ ପାଇ ୮୨,୧୮୦.୪୭ ସ୍ତରରେ ବନ୍ଦ ହୋଇଛି। ନିଫ୍ଟି ପ୍ରାୟ ୩୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ତିନି ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହି ହ୍ରାସ ଯୋଗୁଁ ନିବେଶକଙ୍କ ପ୍ରାୟ ୭.୬୭ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବୁଡ଼ି ଯାଇଛି।

ବଜାରରେ ଅତ୍ୟଧିକ ଶେୟାର ବିକ୍ରି ଯୋଗୁଁ ବିଶେଷ କରି ଆଇଟି, ଅଟୋ ଏବଂ ରିଏଲ୍ ଇଷ୍ଟେଟ୍ ସେକ୍ଟରରେ ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ବିଦେଶୀ ନିବେଶକମାନେ କ୍ରମାଗତ ଭାବେ ଶେୟାର ବିକ୍ରି କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି।
ତେବେ ଏହି ବଡ଼ ହ୍ରାସର ପ୍ରମୁଖ କାରଣ ହେଉଛି:
ବିଦେଶୀ ସଂସ୍ଥାଗତ ନିବେଶକ (FII) ମାନେ ଭାରତୀୟ ବଜାରରୁ ଲଗାତାର ଟଙ୍କା ଉଠାଇ ନେଉଛନ୍ତି । ଆମେରିକାର ନୂଆ ବାଣିଜ୍ୟ ନୀତି ଏବଂ ସମ୍ଭାବ୍ୟ 'ଟ୍ରେଡ୍ ୱାର'କୁ ନେଇ ବିଶ୍ଵ ବଜାରରେ ଅନିଶ୍ଚିତତା ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଦେଖାଦେଇଥିବା ଦୁର୍ବଳତା ଏବଂ ଟଙ୍କାର ମୂଲ୍ୟ ହ୍ରାସ ନିବେଶକଙ୍କ ମନୋବଳକୁ ଦୋହଲାଇ ଦେଇଛି।
ବଜାର ବିଶେଷଜ୍ଞଙ୍କ ମତରେ, ଯଦି ଭୂ-ରାଜନୈତିକ ସ୍ଥିତି ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ ନୀତିରେ ସୁଧାର ନଆସେ, ତେବେ ଆଗାମୀ ଦିନରେ ବଜାରରେ ଅସ୍ଥିରତା ଜାରି ରହିପାରେ।












Click it and Unblock the Notifications